No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ପଦ୍ମପୁର :- ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ ଥିବା “ଲୁ” ନାଟ୍ଯାଶ୍ରମ ପରିସରରେ,ଅଗ୍ରଣୀ ଅନୁଷ୍ଠାନ ଏବିସିଡ଼ି ର ନୁଆଁଖାଇ ଭେଟଘାଟ ଉତ୍ସବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇ ଯାଇଛି । ଏବର୍ଷ ରୌପ୍ଯ ଜୟନ୍ତୀ କୋଭିଡ କଟକଣା ଯୋଗୁଁ ସ୍ଥଗିତ ରହିଥିବାରୁ କେବଳ ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନାରେ ସୀମିତ ରହିଥିଲା । ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ପ୍ରଫେସର କେଶ ରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଝାଙ୍କର ସୁରେଶ ଡୁଡକା ନୀତିକାନ୍ତି ଆଧାରରେ ମାଁ ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ।

ଦିବ୍ଯ କିଶୋର ବରିହା ଓ ସୁବ୍ରତ ପଟ୍ଟନାୟକ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନ ର ସଭାପତି ଅନିଲ ବେହେରା,ପ୍ରତାପ ନାଥ,ସୁରେଶ ମିଶ୍ର,ଲିଙ୍ଗରାଜ ସାହୁ,ଅମୀୟ ପୁରୋହିତ,ରବୀନ୍ଦ୍ର ଦାଶ,ଇନ୍ଦ୍ରମଣି ପୁରୋହିତ,ସରୋଜ ଦାନୀ,ସରୋଜ ଯୋଶୀ,ଶାନ୍ତ ସଂଗ୍ରାମ ଭୋଇ,ତୁଷାର ପ୍ରଧାନ,ସୁମନ୍ତ ସାହୁ,ସହଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷ ରେ ସଂପାଦକ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଉଦ୍ଧବ ଘିରେଲା,ବିକ୍ରମ ସାହୁ,ସୁଧୀର ସାହୁ,ବିକାଶ ଡନସନା ପରିଚାଳନାରେ ସହଯୋଗ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result