ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ପୁରୀ :- ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ପୁରୀ ବ୍ଲକର ପଞ୍ଚାୟତ ଅଞ୍ଚଳ ଗ୍ରସ୍ତ କରି ଦୁଇଟି ରକ୍ତ ଦାନ ଶିବିର ରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଛନ୍ତି । ତେବେ ସାଂସଦ ଗଡ଼ମୃଗଶିରା ପଞ୍ଚାୟତ ରେ ହୋଇଥିବା ରକ୍ତଦାନ ଶିବିର ଉଦଘାଟନ କରିଥିଲେ ।
ସେଠାରେ ରକ୍ତ ଦାନ ଭଳି ମହତ ଦାନ କରୁଥିବା ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଶତାଧିକ ମାସ୍କ ବଣ୍ଟନ କରିଥିଲେ । କୋଭିଡ -୧୯ ଭଳି ମହାମାରୀ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରି କିଭଳି ସଚେତନ ରହିବା ଏହା ଉପରେ ଉପଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପୁରୀ ପୌର ନଗରପାଳ ଶ୍ରୀ ଗୌରହରୀ ପ୍ରଧାନ ଓ ସୁଭାଶିଷ ଖୁଣ୍ଟିଆ (ଲକି) ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ । ତତପରେ ପୁରୀ ମ୍ୟୁନିସପାଲିଟି ର ଗୋପବନ୍ଧୁ ଆୟୁର୍ବେଦ କଲେଜରେ ହୋଇଥିବା ରକ୍ତଦାନ ଶିବିର ଉଦଘାଟନ କରିଥିଲେ ସାଂସଦ ପିନାକୀ ମିଶ୍ର ।

ଏବଂ ସେଠାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଓ ଭଗବାନ ପଢିଆରୀଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ବ ବିଜେଡି କର୍ମକାର୍ତ୍ତା ସାଂସଦ ଙ୍କ ଉପସ୍ଥିତରେ ରକ୍ତଦାନ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରାଇଥିଲେ । ଏହା ସହିତ କିଛି କରୋନା ଯୋଦ୍ଧାଙ୍କୁ ପୁରୀ ଲୋକସଭା ସାଂସଦ ଓ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ମାନପତ୍ର ପ୍ରଦାନ କରିଥିଲେ । ସୁଭାଶିଷ ଖୁଣ୍ଟିଆ (ଲକି) ଓ ଭଗବାନ ପଢିଆରି ଙ୍କ ତତ୍ୱବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସାଂସଦ ପିନାକୀ ମିଶ୍ର ଏହି ଭଳି ରକ୍ତଦାନ କାର୍ଯ୍ୟକ୍ରମ କରି ନିଃସ୍ୱାର୍ଥ ଭାବେ ରକ୍ତ ଦାନ କରିଥିବା ପୁରୀ ଅଞ୍ଚଳର ସମସ୍ତ ଭାଈ ଭଉଣୀ ଓ ରକ୍ତଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ତେବେ ଦୁଇ ଦୁଇଟି ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସାଂସଦ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ କରୋନା ସଚେତନ ବାର୍ତ୍ତା ଦେଇଥିବାରୁ ପୁରୀ ଅଞ୍ଚଳବାସୀଙ୍କ ପାଖରେ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି ।

















