No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ବରଗଡ :- ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଅତିଥି ମାନେ ମାଁ ସମଲେଇ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ଗ୍ରାମ ର ବରିଷ୍ଠ ନାଗରିକ ଅଧିକାରୀ ସାହୁ, ଡମ୍ବରୁଧର ଭୁଏ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସୋହେଲା ବ୍ଲକ ଟପର ପ୍ରିତୀଶ କୁମାର ସାହୁ, କନଗାଁ ଉଚ୍ଚ ବିଦ୍ୟାଳୟ ଟପର ଶ୍ରୀତମ ମେହେର, ଏନ ଏମ ଏସ ଏସ ପାଇଥିବା ଋତୁପର୍ଣ୍ଣା ସାହୁ, ନିତିନ ବରିହା, ପଞ୍ଚମ ବୃତ୍ତି ପାଇଥିବା ପାର୍ଥ ସାରଥି ସାହୁ, ରାଜେଶ ମେହେର,
ଉଦ୍ଯାନ କୃଷକ ବାଳକୃଷ୍ଣ ଧୀବର, ଭାଗବତ ଗାୟକ ରାଜେନ୍ଦ୍ର ସାହୁ, ସଞ୍ଜୀବ ସାହୁ ଏବଂ ରକ୍ତ ଦାତ୍ରୀ କୋଶଲ୍ଯା ମେହେର ଙ୍କୁ ମାନ ପତ୍ର ରପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କେଦାରନାଥ ସାହୁଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିବା ବେଳେ ଶେଷରେ ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
No Result
View All Result