No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହତୀ ଉଦୁଗୁଦା (ଜଳ ପ୍ରପାତ) ରେ ବୁଡି ଜଣେ ନବମ ଶ୍ରେଣୀ ରେ ପଢୁ ଥିବା ଛାତ୍ର ର ମୃତ୍ୟୁ ହଇଯାଇଛି. ଖବର ନେବାରୁ ଜଣାପଡିଛି ଜେ ଗଣ୍ଡାହାତୀ ବାସିନ୍ଦା କମଳ ଘଣ୍ଟ ଙ୍କ ପୁଅ ମାଥିଉ ଘଣ୍ଟ (14)ଗ୍ରାମର କିଛି ପିଲାମାନଙ୍କ ସହ ଉଦୁଗୁଦାକୁ ଆଜି ସକାଳେ ଗାଧେଇବାକୁ ଯାଇଥିଲେ.

ସେଠାରେ ଥିବା ପାଦଚଲା ପୋଲ ଉପରୁ ପିଲାମାନେ ଡେଇଁ ଗାଧଉଥିବା ବେଳେ କେମିତି କେଜାଣି ମାଥୀଉ ପାଣିରେ ଡେଇଁ ଆଉ ପାଣିରୁ ବାହାରି ଆସିନଥିଲେ.ଏହାଦେଖି ଅନ୍ୟ ପିଲାମାନେ ଗାଁ କୁ ଖବର ଦେବା ପରେ ବହୁ ଖୋଜା ଖୋଜି କରିବା ପରେ ମାଥୀଉ ଙ୍କୁ ନ ପାଇବାରୁ ରାୟଗଡ ଅଗ୍ନିଶମ କୁ ଖବର ଦିଆଯାଇଥିଲା.

ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଂଚି ବହୁ ଖୋଜାଖୋଜି କରିବା ପରେ ମାଥେଉଙ୍କୁ ପାଇଥିଲେ.ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା.ଏ ନେଇ ଗାରବନ୍ଧା ଥାନାରେ ଏକ ଅପମୃତ୍ୟୁ ମାମଲା(UD CASE)09/2021ରେ କେସ ରୁଜୁ କରି ଶବକୁ ବ୍ୟବଛେଦ ସକାଶେ ପାରଳାଖେମୁଣ୍ଡି ପଠାଯିବ ବୋଲି ଗାରବନ୍ଧା ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତ ପ୍ରକାଶ କରିଛନ୍ତି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

No Result
View All Result