No Result
View All Result
ହୃଦ ରୋଗରେ ପୀଡିତ ଉପେନ୍ଦ୍ର ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସୋଭିମାନ ଉପେନ୍ଦ୍ର ର ଆକୁଳ ନିବେଦନ ସହଯୋଗ ର ହାତ ଵଢାନ୍ତୁ । ସରକାର, ନହେଲେ ଅକାଳ ରେ ଝଡିଯିବ ଏକ ନିରିହ ଜୀବନ ।

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ଛତିଆ :- ଉପେନ୍ଦ୍ର ଙ୍କୁ ପ୍ରଥମେ ହୃଦ ରୋଗର ଅପରେସନ କଟକ ବଡ ମେଡିକାଲ ରେ ଉଦ୍ଧାର ଧାର କରି କରାଇଲେ ସତ ,କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପୁଣି ଥରେ ଅପରେସନ କରାଇବାକୁ ମେଡିକାଲ୍ କର୍ତ୍ତୃପକ୍ଷ ସମୟ ଦେଇଛନ୍ତି ଅଳ୍ପ କିଛି ଦିନ ଶେଷ ଅପରେସନ ନ କରାଇଲେ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି ଡାକ୍ତର । ସୂଚନା ଥାଉକି, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ ର ସାହେବ୍ ନଗର ଗ୍ରାମର ଉପେନ୍ଦ୍ର ସାହୁ ,ବୟସ୪୮ ବର୍ଷ, ସ୍ତାନୀୟ ଅଂଚଳରେ ଜଣେ ସ୍ବେଚ୍ଛାସେବୀ ମେଙ୍କ ଭାଈ ଭାବେ ରହିଛି ପରିଚିତ ।

କିନ୍ତୁ ଯିଏ ଅନ୍ୟ ଦୁଖୀ ଲୋକ ମାନଙ୍କର ପାଇଁ ଯିଏ ସାହାଯ୍ୟ ର ହାତ ବଢ଼ାଉ ଥିଲେ, କିନ୍ତୁ ଆଜି ସେ ନିଜର ହୃଦ ରୋଗର ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି। ଆଜିକୁ ଦୀର୍ଘ ୧୩ ବର୍ଷ ହେଲାଣି ଗାଁ ସାଥି ।ଭାବେ କାର୍ଯ୍ୟରତ ଅଛନ୍ତି,କିନ୍ତୁ ଅଦ୍ୟାବଧି ପ୍ରାପ୍ୟ ପାଈ ନାହାନ୍ତି ,କିନ୍ତୁ ଆଜିର ଦିନରେ ତାଙ୍କ ଜୀବନ ଆକାଶରେ ଅଦିନିଆ କଳା ବାଦଲ ଦେଖା ଦେଇଥିବା ରୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କରି କହିଛନ୍ତି ଉପେନ୍ଦ୍ର। ଅନ୍ୟ ପକ୍ଷରେ ପରିବାରର ଏକ ମାତ୍ର ରୋଜଗାରିଆ ଭାବେ ପରିବାର ପୋଷୁ ଥିଲେ ।

ରୋଜଗାରିଆ ପୁଅକୁ ଶଯ୍ୟାରେ ପଡିଥିବା ଦେଖି ସହି ପାରୁନାହାନ୍ତି ଉପେନ୍ଦ୍ର ଙ୍କ ୬୫ବର୍ଷର ମା ଓ ପରିବାର । ଏହି ପ୍ରତିକୂଳ ପରିସ୍ଥିତିରେ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦିଅନ୍ତୁ ବୋଲି ପରିବାର ପକ୍ଷରୁ ନିବେଦନ କରିଛନ୍ତି । ତେବେ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ, ଯୁବ ସମାଜ ସେବୀ ବନ୍ଧୁ ମାନଙ୍କୁ ଅନୁରୋଧ କି ଉକ୍ତ ପରିବାର ଟି ଏହି ବିପଦ ସମୟରେ ସାହାଯ୍ୟ ଓ ସହଯୋଗ ର ହାତ ବଢାଇଲେ ପରିବାର ର ଖୁସି ଫେରୀ ପାରିବ ବୋଲି ଅନୁରୋଧ କରିଛନ୍ତି ସମାଜସେବୀ ଦୟାନିଧି ବିଶ୍ୱାଳ । ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ । (ଛତିଆ ରୁ ରିପୋର୍ଟ ର ଚନ୍ଦ୍ରଶେଖର ପୃଷ୍ଟି )
No Result
View All Result