No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) କେସିଙ୍ଗା :- ଭାରତୀୟ ଜନତା ଯୁବମୋର୍ଚା କେସିଙ୍ଗା ନଗର ମଣ୍ଡଳ ର ଯୁବମୋର୍ଚା କମିଟି , ଜିଲ୍ଲା ସଭାପତି ଶ୍ରୀ ବିଜୟଦେବ ସାହୁ ଙ୍କ ଅନୁମୋଦନ କ୍ରମେ ଘୋଷଣା ହୋଇଛି । ଏହି କମିଟି ରେ ନଗର ଯୁବମୋର୍ଚା ସଭାପତି ରୂପେ ଶ୍ରୀ ପିଙ୍କୁ ପରିଡା, ଚାରି ଉପ ସଭାପତି ମହାଦେବ ମଙ୍ଗରାଜ, ସୁଶାନ୍ତ ସାହା,

ନେତ୍ର କୈବର୍ତ ଓ ସୁନୀଲ ବହିଦାର, ଦୁଇ ସାଧାରଣ ସମ୍ପାଦକ ବିକାଶ ଅଗ୍ରୱାଲ ଓ ମିଥୁନ ବଗର୍ତ୍ତି ଓ ପାଞ୍ଚ ସମ୍ପାଦକ ବିକ୍ରମ ନିଆଲ,ଅନିଲ ସାହୁ, ଗଗନ ସୁନାନୀ, ରୂପଧର ସାହୁ ଓ ସୁବୁଦ୍ଧି ଜୈନ ଏବଂ କୋଷଧକ୍ଷ ରୂପେ ମନୀଷ ଜୈନ ସହ ତେଇସି ଜଣିଆ କାର୍ଯ୍ୟ କାରିଣୀ ସଦଶ୍ୟ ଙ୍କୁ ନେଇ

ଅନୁମୋଦନ ପରେ ନଗର ଯୁବ ବର୍ଗ ମଧ୍ୟରେ ଆଗାମୀ ଦିନରେ କେସିଙ୍ଗା ନଗର କୁ ଏକ ସଶକ୍ତ ସହର ରୂପେ ଗଠନ କରିବାର ଉତ୍ସାହ ସୃଷ୍ଟି କରିଛି । ଏହି କମିଟି କୁ ପୂର୍ବତନ ଜିଲ୍ଲା ଯୁବ ମୋର୍ଚା ସଭାପତି ସନ୍ତୋଷ ଦାସ ଓ ଆଇନଜୀବି ତଥା ବିଜେପି ଜିଲ୍ଲା ପ୍ରତିନିଧି ମଗନ ସିନ୍ଦୁର ସୁବେଛା ଜଣାଇଛନ୍ତି । ( କେସିଙ୍ଗା ରିପୋର୍ଟ – ଅନୁପ କୁମାର ସିଂ)
No Result
View All Result