No Result
View All Result

ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଆନ୍ତର୍ଜାତିକ ସାକ୍ଷରତା ଦିବସ ‘ଅବସରରେ ପାରଳାଖେମୁଣ୍ଡି ନିକଟସ୍ଥ ଡକ୍ଟର ବାଞ୍ଜିରୀ ଗ୍ରାମରେ ‘ଅକାଂକ୍ଷା ମହିଳା ସଙ୍ଗଠନ’ ଓ ‘ସଖୀ ୱାନ ଷ୍ଟପ୍ କେନ୍ଦ୍ର’ର ମିଳିତ ଆନୁକୂଲ୍ୟରେ ଏକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ”ଆକାଂକ୍ଷା ମହିଳା ସଙ୍ଗଠନର”ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ,

ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ,ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ପାଠୀ ତଥା” ସଖୀ ୱାନ ଷ୍ଟପ କେନ୍ଦ୍ର”ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ସୁଶ୍ରୀ ମମତା ପାଢୀ, ଶ୍ରୀମତୀ ସୁନିତା ବେହେରା, ଶ୍ରୀମତୀ ଅନିତା ମିଶ୍ର, ଶ୍ରୀମତୀ ଉଷାରାଣୀ ମିଶ୍ର ପ୍ରମୁଖ ଯୋଗଦେଇ ଆଜିର ସାକ୍ଷରତା ଦିବସର ଗୁରୁତ୍ବ ଓ ଶିକ୍ଷା ର ଆଵଶ୍ୟକତା ବିଷୟରେ ବୁଝାଇବା ସହ ନାରୀ ନିର୍ଯ୍ୟାତନା ଵିଷୟରେ ଓ ”ସଖୀୱାନ ଷ୍ଟପ କେନ୍ଦ୍ରy’ର ଭୂମିକା ଉପରେ ଆଲୋକ ପାତ କରାଯାଇଥଲା।ଉକ୍ତ ସଭାରେ ଉପସ୍ଥିତ ସମସ୍ତଙ୍କୁ ”ବର୍ଣ୍ଣବୋଧ” ବହି, ମାସ୍କ୍, ବିସ୍କୁଟ ବିତରଣ କରାଯାଇଥିଲା। ଏହି ସଚେତନତା ସଭାରେ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result