• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂଆ ଯୁଗର ସସେସ୍‍ ଓ ମସଲା ଉତ୍ପାଦ ସହିତ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସମୃଦ୍ଧ କଲା ନିଲନ୍ସ

Proprietor Abhimanyu Maharana by Proprietor Abhimanyu Maharana
September 7, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ନୂଆ ଯୁଗର ସସେସ୍‍ ଓ ମସଲା ଉତ୍ପାଦ ସହିତ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସମୃଦ୍ଧ କଲା ନିଲନ୍ସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ନିକଟରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଚାଇନିଜ ଖାଦ୍ୟ ଭାରତରେ ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଖାଦ୍ୟ ତାଲିକାରେ ସ୍ଥାନପାଇଛି, ଯାହାର ବଜାର ଅଂଶ ୧୫% ରହିଛି । ଗ୍ରାହକଙ୍କ ମଧ୍ୟରେ ଏହାର ବର୍ଦ୍ଧିତ ଲୋକପ୍ରିୟତା, ଗ୍ରହଣୀୟତା ଏବଂ ସ୍ୱାଚ୍ଛନ୍ଦ୍ୟକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଅଗ୍ରଣୀ ପ୍ରକ୍ରୟାକୃତ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ନିଲନ୍ସ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସୁଦୃଢ କରିଛି । କମ୍ପାନୀ ନିକଟରେ ସସେସ୍‍, ଚଟନି ଏବଂ ମସଲା ଆଦି ନୂଆ ଯୁଗର ବହୁବିଧ ଉତ୍ପାଦ ଯୋଗ କରିଛି । ଏହାର ଉତ୍ପାଦବର୍ଗ ମଧ୍ୟରେ ରେଡ ଆଣ୍ଡ ଗ୍ରିନ ଚିଲି ସସ୍‍, ସୋୟା ସସ, ଭିନେଗାର, ସେଚୁଆନ ଚଟନି, ମାଞ୍ଚୁରିଆନ ମସଲା, ଚିକେନ ୬୫ ମସଲା ଏବଂ ଚୋମିନ ମସଲା ଆଦି ଅନ୍ୟତମ । 

ଏବଂ ଉନ୍ନତ ଗୁଣମାନର ଉପାଦାନରୁ ପ୍ରସ୍ତୁତ ଏହି ଉତ୍ପାଦ ବର୍ଗ ଖାଦ୍ୟଗୁଡିକୁ ବିବିଧ ସ୍ୱାଦଯୁକ୍ତ କରିବା ସହିତ ଘର ରାନ୍ଧୁଣିଆଙ୍କୁ ସେମାନଙ୍କର ରନ୍ଧନ କୌଶଳକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଏବଂ ନୁଡଲ୍‍ସ ଠାରୁ ଫ୍ରାଏଡ ରାଇସ ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ପର୍ଯ୍ୟନ୍ତ ସେମାନଙ୍କର ମନପସନ୍ଦର ଚାଇନିଜ ଖାଦ୍ୟ ପ୍ରସ୍ତୁତ କରିବାର ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବ । ମୋଟାମୋଟି ଉତ୍ପାଦ ବର୍ଗ ସମ୍ପର୍କରେ ମତଦେଇ ନିଲନ୍ସର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଦୀପକ ସାଂଘଭୀ କହିଛନ୍ତି, “ଉପଭୋକ୍ତାଙ୍କର ଆହରଣ ଶୈଳୀରେ ପରିବର୍ତ୍ତନ ଘଟିବା ଏବଂ ଜନସାଧାରଣ ଘରେ ଥିବା ସମୟରେ ସେମାନଙ୍କର ଖାଦ୍ୟାଭ୍ୟାସକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରୁଥିବା ସମୟରେ ଆଗାମୀ ବର୍ଷଗୁଡିକରେ ଚାଇନିଜ ଖାଦ୍ୟ ସାମଗ୍ରୀ ବଜାରରେ ଆଧିପତ୍ୟ ଜାହିର କରିବା ଆଶା କରାଯାଉଛି ।

ଚାଇନିଜ ପ୍ୟାକେଜଡ ଖାଦ୍ୟ ବର୍ଗର ମୋଟାମୋଟି ବଜାର ପ୍ରାୟ ୮୦୦ କୋଟି ଟଙ୍କା ଏବଂ ସେଥିମଧ୍ୟରେ ସସେସ୍‍ ଓ ମସଲା ବ୍ୟବସାୟ ମିଳିତ ଭାବରେ ବାର୍ଷିକ ୧୫% ପୌନଃପୁନିକ ହାରରେ ବୃଦ୍ଧି ଘଟୁଛି । ଉପଭୋକ୍ତା ଦୃଷ୍ଟିକୋଣରୁ ଏହା ପିଲାଙ୍କ ମଧ୍ୟରେ ବିଶେଷ ପ୍ରିୟଭାଜନ ହୋଇଥିବା ମନେ ହେଉଛି ଏବଂ ଏହିସବୁ ଉତ୍ପାଦ, ବିଶେଷକରି ସେଚୁଆନ ଚଟନି, ମାଞ୍ଚୁରିଆନ, ଚୋମିନ ମସଲା ଆଦି ଖରିଦ କରିବା ନିଷ୍ପତ୍ତିକୁ ପ୍ରଭାବିତ କରିବାରେ ସେମାନେ ମୁଖ୍ୟ ଭୂମିକା ନେଉଛନ୍ତି । ଏହି ଉତ୍ପାଦଗୁଡିକ ସହିତ ସମ୍ପ୍ରତି ଜଣେ ଗୃହିଣୀ ଅଥବା ଘର ରାନ୍ଧୁଣିଆ ସେମାନଙ୍କର ମନପସନ୍ଦର ଚାଇନିଜ ଖାଦ୍ୟ ନିଜ ଘରେ ଆରାମରେ ଥାଇ ସହଜରେ ପ୍ରସ୍ତୁତ କରିପାରିବେ ।”

ଏକ ସମକାଳୀନ ଏବଂ ଆକର୍ଷଣୀୟ ସାଚେଟ ପ୍ୟାକେଜିଂ, ପୁନଃବ୍ୟବହାର ଯୋଗ୍ୟ ସ୍ପାଉଟ ଏବଂ ବୋତଲ ପ୍ୟାକରେ ଏହି ସମୁଦାୟ ଉତ୍ପାଦ ବର୍ଗ ଦେଶର କୋଣ ଅନୁକୋଣରେ ସମସ୍ତ ସାଧାରଣ ବ୍ୟବସାୟ ସ୍ଥଳ ସମେତ ବଛାବଛା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଦୀପକ ସାଂଘଭୀ କହିଛନ୍ତି, “ଆମର ଉତ୍ପାଦଗୁଡିକ ପ୍ରସ୍ତୁତି ସମୟରେ ନିର୍ମାଣଗତ ମାନକକୁ ଉଚ୍ଚ ସ୍ତରରେ ଓ କଡାକଡି ଭାବରେ ଅନୁପାଳନ କରିବାକୁ ଆମେ ସୁନିଶ୍ଚିତ କରୁଛୁ ଏବଂ ଆମ ଉତ୍ପାଦଗୁଡିକର ତାଜାପଣକୁ ଦୀର୍ଘ ସମୟ ବଜାୟ ରଖିବାକୁ ଖାଦ୍ୟମାନର ବହୁସ୍ତରୀୟ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛୁ । ଆଗକୁ ଆଉ ଅନେକ ନୂଆ ନୂଆ ଉତ୍ପାଦ ସହିତ ଏହି ବର୍ଗକୁ ଉଲ୍ଲେଖନୀୟ ଭାବରେ ସମ୍ପ୍ରସାରିତ କରିବାକୁ ଆମେ ଚାହୁଁଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026
Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

Empreo Announces “Empro Carnival”: A Spectacular Multi-Day Automotive Extravaganza in Bhubaneswar

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version