No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ବାଙ୍କୀ :- ଆଜି ଭୋରରୁ ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ରମେଶ ପରିଡ଼ା ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଚାରିଘରିଆ ଠାରେ ବାଙ୍କୀ ଆଡୁ ଭୁବନେଶ୍ୱର ଯାଉଥିବା ଏକ ହୁଣ୍ଡା ଆଇନୋ ଓଡ଼ି-୦୨ଏ.ଡବ୍ଲ୍ୟୁ. ୦୫ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କନେଷ୍ଟବଳ ଶ୍ରୀ ପରିଡାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଡମପଡ଼ା ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ମୃତ କନେଷ୍ଟବଳଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବବ୍ୟବଚ୍ଛେଦ କରାଇବା ପରେ ତାଙ୍କ ମୃତ ଶରୀର ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।
ମୃତକ ରମେଶ ଙ୍କ ଘର ତିିଗିରିଆ ଥାନା ଅନ୍ତର୍ଗତ ମହୁଲଢ଼ିପ ଗ୍ରାମ ରେ ।ସୂଚନା ଯୋଗ୍ୟ ବାଙ୍କୀ ଆଡୁ ଭୁବନେଶ୍ୱର ଯାଉଥିବା ହୁଣ୍ଡା ଆଇନୋ କାର ଚାରିଘେରିଆ ଠାରେ ଦ୍ରୁତଗତି ରେ ଯାଉଥିବା ଏକ ବାଲି ବୋଝେଇ ହାଇୱା କୁ ଓଭର ଟେକ କରି ରାସ୍ତା କଡରେ ପ୍ରାତଃ ଭ୍ରମଣ କରୁଥିବା ରମେଶ ଙ୍କୁ ଧକ୍କା ଦେଇ ରାସ୍ତା କଡରେ ଥିବା ଏକ ଗଛ ରେ ପିଟି ହୋଇ ଦୁଇ ତିନି ଗଡା ଗଡି ଯାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଉକ୍ତ କାର ରେ ଡ୍ରାଇଭରଙ୍କ ସହ ୨ଜଣ ପୁରୁଷ, ୧ଜଣ ମହିଳା ଥିଲେ ସେମାନେ ମଧ୍ୟ ଆହତ ହେଇଥିଲେ ।
ସେମାନଙ୍କୁ ମଧ୍ୟ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପଚରାଉଚରା ପାଇଁ ବାଙ୍କୀ ଥାନାରେ ଅଟକ ରଖାଯାଇଛି । ବାଙ୍କୀ ପୋଲିସ ଏ ଘଟଣାରେ ୨୩୯/୨୧କେସ୍ ରୁଜୁ କରି ତଦନ୍ତ ଚାଲୁ ରଖିଛି । କନେଷ୍ଟବଳ ଶ୍ରୀ ପରିଡାଙ୍କ ମୃତ୍ୟୁରେ କଟକ ଜିଲ୍ଲା କନେଷ୍ଟବଳ ମହାସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଶ୍ରୀ ପରିଡା ଅତ୍ୟନ୍ତ ମିଷ୍ଟ ଭାଷୀ ଭଦ୍ର ଲୋକ ଥିଲେ ତାଙ୍କ ବିୟୋଗ ରେ ବାଙ୍କୀ ରେ ଶୋକ ର ଛାୟା ଖେଳିଯାଇଛି।
No Result
View All Result