No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୨ୟଓଡିଶା ବାଟାଲିଆନଏନ.ସି.ସି. ପକ୍ଷରୁ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଅତିଥି ରୂପେ ଯୋଗ ଦେଇଥିଲେ । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ବୃଷକେତୁ ଦାଶ ସ୍ୱାଗତ ଭାଷଣ ଓ ଫିଟ୍ ଇଣ୍ଡିଆ ରନ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ବ୍ରହ୍ମପୁର ଏନ୍ସିସି ଅଫିସରୁ ଯୋଗ ଦେଇଥିବା ନାଏବ ସୁବେଦାର କୃଷ୍ଣ ବାହାଦୂର ମଗର ଓ ହାବିଲଦାର ମୁକେଶ ସିଂ, ଏନ୍ସିସି ଅଫିସର ହରିହର ଦାଶ ପ୍ରମୁଖ ସମର ଶିକ୍ଷାର୍ଥି ବାହିନୀ ସୁସ୍ଥ ରହିବା ସହ ସୁସ୍ଥ ଭାରତ ଗଠନ ପାଇଁ ଦୈନିକ ଦୈଡିବା ଓ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଷ୍ଟାଡିୟମ ଠାରେ ଫିଟ ଇଣ୍ଡିଆ ରନ୍ର ସମାପ୍ତି ଘୋଷଣା କରି ଉଦବୋଧନ ଦେଇଥିଲେ ।
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏନ୍ସିସି କ୍ୟାଡରଙ୍କ ସମେତ ଏନ୍ସିସି ଅଫିସର ଜଗନ୍ନାଥ ପଟ୍ଟନାୟକ, ଏସ୍କେସିଜି କଲେଜ ଏନ୍ସିସି ଅଫିସର ଡ. ସୁମନ୍ତ କୁମାର ବେହେରା, କାଶୀନଗର ବାରାଣାସୀ ହାଇସ୍କୁଲର ଏନ୍ସିସି ଅଫିସର ଭେଙ୍କେଟରାଓ ପୋଲାକି, ଏସ୍କେସିଜି ହାଇସ୍କୁଲ ଗୁରାଣ୍ଡିରୁ ଏସ୍ ମନ୍ମମଥ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ପଟ୍ଟନାୟକ, ଧର୍ମୀରାଓ, ଝିକୋରିଆ ଶବର, ରାମୋଜୀ ରମେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result