No Result
View All Result
୧୦୦ରୁ ଅଧିକ ଡିଜିଟାଲ୍ ପ୍ରତିଭାଙ୍କୁ ନିଯୁକ୍ତି ଦେବ ନବସୃଜନକୁ ବଢ଼ାଇବା, ଉତ୍କର୍ଷ ପ୍ରଦାନ କରିବା ଏବଂ ବିଶ୍ୱସ୍ତରୀୟ ସଂସ୍ଥାଗତ କ୍ଲାଏଣ୍ଟ୍ମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ଅନୁଭୂତି ଦେବା ନିମନ୍ତେ ଉଚ୍ଚ-ଦକ୍ଷ ସ୍ଥାନୀୟ ଡିଜିଟାଲ୍ ପ୍ରତିଭାଙ୍କୁ ହାସଲ କରିବା ଲାଗି ପରିଚାଳନାର ସମ୍ପ୍ରସାରଣ
ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ସୂଚନା ପ୍ରଯୁକ୍ତି ଓ କନ୍ସଲ୍ଟିଂ ସେବା କଂପାନି ଟେଟ୍ରାସଫ୍ଟ ପକ୍ଷରୁ ଆଜି ଭୁବନେଶ୍ୱରରେ ଷ୍ଟେଟ୍ ଅ୍ଫ ଆର୍ଟ ଭିତ୍ତିକ ଟେକ୍ନୋଲୋଜି ଇନୋଭେସନ୍ ହବ୍ (ପ୍ରଯୁକ୍ତି ନବସୃଜନ ପେଣ୍ଠସ୍ଥଳ) ଖୋଲାଯାଇ ବିଶ୍ୱସ୍ତରର ସଂସ୍ଥାଗତ କ୍ଲାଏଣ୍ଟ୍ମାନଙ୍କ ପାଇଁ ଡେଲିଭରି ଉତ୍କର୍ଷ ବଢ଼ାଇବା ଓ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଡିଜଟାଲ୍ ପ୍ରଯୁକ୍ତିର ବିଭିନ୍ନ ବର୍ଗରେ ଏହାର ଡିଜିଟାଲ୍ ପରିବର୍ତନ ଦକ୍ଷତାକୁ ସମ୍ପ୍ରସାରିତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ଡିଜିଟାଲ୍ ବିଶେଷଜ୍ଞଙ୍କୁ ନିଯୁକ୍ତି ପ୍ରଦାନ କରିବାର ଆଶା ଥିବା ବେଳେ ଏହି ହବ୍ରେ ରହିବ ଏକ ବୀମା ନବସୃଜନ ଲ୍ୟାବ୍ (ଆଇଆଇଏଲ୍) ଯାହା ବର୍ଦ୍ଧିତ ଚାହିଦାର ଫାଇଦା ନେବ ଏବଂ ବୀମା ଶିଳ୍ପର ବିଭିନ୍ନ ବର୍ଗରେ ସହବନ୍ଧିତ ହେବା ଏବଂ ମିଳିତ ନବସୃଜନ ପାଇଁ କୋର୍ ପ୍ଲାଟ୍ଫର୍ମର ଉନ୍ନତୀକରଣ, ଇଣ୍ଟେଲିଜେଣ୍ଟ୍ ପ୍ରୋସେସ୍ ଅଟୋମେସନ୍, ବିଗ୍ ଡାଟା ଆନାଲିଟିକ୍ସ ଏବଂ କ୍ଲାଉଡ୍ ଆଦିରେ କ୍ଲାଏଣ୍ଟ୍ମାନଙ୍କୁ ବିଲୀନ ହେବା ଭଳି ଅନୁଭୂତି ପ୍ରଦାନ କରି ପରିଚାଳନା ଦକ୍ଷତା ବଢ଼ାଇବ ଏବଂ ଗ୍ରାହକଙ୍କ ଅନୁଭୂତିରେ ଦ୍ରୁତ ବୃଦ୍ଧି ଆଣିବା ସହ ବ୍ୟୟ କମ୍ କରିବ ।
ଏହି ସମାଧାନ ମୌଳିକ ବୀମା ଉତ୍ପାଦ ଯଥା ଡକ୍କ୍ରିକ୍ ଏବଂ ପରବର୍ତୀ ପିଢ଼ିର ପ୍ରଯୁକ୍ତି ଯଥା ଡିଜିଟାଲ୍ ଆନାଲିଟିକ୍ସ, କ୍ଲାଉଡ୍ ଏନାବଲ୍ମେଣ୍ଟ୍, ଡେଭ୍ଅପ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, କଗ୍ନିଟିଭ୍ କମ୍ପ୍ୟୁଟିଂ ଉପରେ ପର୍ଯ୍ୟବେସିତ ରହିବ । ଏହାର ବିଶ୍ୱସ୍ତରୀୟ ସଂସ୍ଥାଗତ ଗ୍ରାହକଙ୍କ ଲାଗି ପରବର୍ତୀ ପିଢ଼ିର ଉତ୍ପାଦ ଓ ଇଣ୍ଟେଲିଜେଣ୍ଟ୍ ପ୍ଲାଟ୍ଫର୍ମ ଗଠନ କରିବା ଉପରେ ଗୁରୁତ୍ୱ ଦେଇ କଂପାନି ଏବେ ଉଚ୍ଚ ଅଭିବୃଦ୍ଧି ପଥରେ ରହିଛି ଏବଂ ଦ୍ରୁତ ଗତିରେ ଉଭୟ ଲାଟେରାଲ୍ ଓ ଯୁବ ଇଞ୍ଜିନିୟର୍ମାନଙ୍କ ସଂଖ୍ୟା ବଢ଼ାଇବାକୁ ଚାହୁଁଛି ଯେଉଁମାନେ ପରବର୍ତୀ ଅଭିବୃଦ୍ଧି ଆହ୍ୱାନକୁ ଗ୍ରହଣ କରିବା ଲାଗି ଚାହିଁରହିଛନ୍ତି । “ପ୍ରଯୁକ୍ତିରେ ହୋଇଥିବା ପରିବର୍ତନ ଯୋଗୁଁ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରହି ସ୍କୋର୍ କରିବା ଲାଗି ସଂସ୍ଥାଗତ କ୍ଲାଏଣ୍ଟ୍ମାନେ ଚାପ ଭିତରେ ରହିଛନ୍ତି । ଟେଟ୍ରାସଫ୍ଟରେ ଆମେ କ୍ଲାଏଣ୍ଟ୍ମାନଙ୍କୁ ଆକଳନ କରିବା, ପ୍ରସ୍ତୁତ ହେବା ଏବଂ ଭବିଷ୍ୟତକୁ ଆକାର ପ୍ରଦାନ କରିବା ଲାଗି ଉନ୍ନତ ନବସୃଜନ ପ୍ରୟୋଗ କରି ବିଭ୍ରାଟକାରୀ ପରିବର୍ତନରେ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ରାମା ଏସ୍ ଏୟୁନି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟେଟ୍ରାସଫ୍ଟ ଆଇଏନ୍ସି କହିଛନ୍ତି ।
“ଭୁବନେଶ୍ୱରରେ ଆମର ପ୍ରଯୁକ୍ତି ନବସୃଜନ ହବ୍ ସାରା ବିଶ୍ୱର ଚିନ୍ତାଧାରା ଏବଂ ନବସୃଜନକୁ ସବୁ ଆଡ଼େ ପହଞ୍ଚାଇ ଆମର କ୍ଲାଏଣ୍ଟ୍ମାନଙ୍କୁ ସେମାନଙ୍କ ପ୍ରଯୁକ୍ତି ନିବେଶକୁ ବ୍ୟାପକ କରିବା, ବ୍ୟବସାୟ ଫଳାଫଳ ରେ ଉନ୍ନତି ଆଣିବା ଏବଂ ସ୍ଥାନୀୟ ପ୍ରତିଭାଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ।’’ ବ୍ୟବସାୟ, ତଥ୍ୟ ଓ ନିର୍ଯ୍ୟାସକୁ ନେଇ ବ୍ୟବସାୟଗୁଡ଼ିକ ବଜାର ସହିତ ଯେଉଁଭଳି ଭାବେ ଆଲୋଚନା କରୁଛନ୍ତି ସେଥିରେ ପରିବର୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଡିଜିଟାଲ୍ ପ୍ରଥମ ଦର୍ଶନକୁ ଗ୍ରହଣ କରି ଏହି ଲ୍ୟାବ୍ ସ୍ଥାନୀୟ ଡିଜିଟାଲ୍ ପ୍ରତିଭାଙ୍କ ବଡ଼ ଭାଗ, ଡୋମେନ୍ ବିଶେଷଜ୍ଞ, ଶିଳ୍ପ ନବସୃଜନକାରୀ, ପ୍ରମାଣିତ ପଦ୍ଧତି, ଷ୍ଟେଟ୍ ଅଫ୍ ଆର୍ଟ ପ୍ରଯୁକ୍ତି ଏବଂ ଦ୍ରୁତ ବ୍ୟବସାୟ ଦର୍ଶନକୁ ନେଇ କ୍ଲାଏଣ୍ଟ୍ମାନଙ୍କୁ ଭବିଷ୍ୟତର ପ୍ରଯୁକ୍ତିକୁ ହାସଲ କରିବାରେ ସହାୟକ ହେବ । ନୂତନ ଭାବେ ସ୍ଥାପନ କରାଯାଇଥିବା ଲ୍ୟାବ୍ ଲାଗି କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ସହଯୋଗିତାରେ ହାସଲ କରାଯିବ ଏବଂ ପ୍ରତିଭା ଓ ନବସୃଜନର ଏକ ଦୃଢ଼ ପଥ ଗଠନ କରାଯିବ । “ଭୁବନେଶ୍ୱର ଭଳି ଉଚ୍ଚ ଦକ୍ଷତା ଅଞ୍ଚଳରେ ଆମର ନୂଆ କାର୍ଯ୍ୟାଳୟ ଖୋଲିଥିବାରୁ ଆମେ ଉଲ୍ଲସିତ ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ବୀମା ଉପରେ ଗୁରୁତ୍ୱ ରଖି ବିଭିନ୍ନ ଶିଳ୍ପ ଲାଗି ମୌଳିକ ଡିଜିଟାଲ୍ ସମାଧାନ ବିକଶିତ କରିବ ।
ଭୁବନେଶ୍ୱରରେ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସମନ୍ୱିତ ଦକ୍ଷତାକୁ ନେଇ ଗଭୀର ବିଶେଷତା ଥିବା ପ୍ରତିଭାଙ୍କ ଭଣ୍ଡାର ରହିଛି ବୋଲି ସୂର୍ଯ୍ୟ ଥାମିରାଜୁ, ଇଭିପି ଓ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ, ଟେଟ୍ରାସଫ୍ଟ ଆଇଏନ୍ସି କହିଛନ୍ତି ।’’ ଏହି ଲ୍ୟାବ୍ କ୍ଲାଏଣ୍ଟ୍ମାନଙ୍କୁ ନୂଆ ପିଢ଼ିର ଡିଜିଟାଲ୍ ଅର୍ଥନୀତି ପାଇଁ ପ୍ରଯୁକ୍ତି ବିକଶିତ ଓ ବ୍ୟାପକ କରିବା ଏବଂ ସଂସ୍ଥା ସାରାରେ, ପରିବର୍ତନକାରୀ ନବସୃଜନ ଜରିଆରେ ମୂଲ୍ୟ ସୃଷ୍ଟିକୁ ତ୍ୱରାନ୍ୱିତ କରିବ । “ବୀମା ଉପରେ ଗୁରୁତ୍ୱ ରଖି ଆମର ବିଶ୍ୱ ଡେଲିଭରି ପରିଚାଳନାକୁ ସମ୍ପ୍ରସାରିତ କରିବା ଲାଗି ଭୁବନେଶ୍ୱର ହେଉଛି ଏକ ଉତ୍କୃଷ୍ଟ ସ୍ଥାନ । ଏହି କାର୍ଯ୍ୟାଳୟ ପ୍ରକଳ୍ପର ମୌଳିକ ଡେଲିଭରି କରିବା, ବୀମା ନବସୃଜନ ଲ୍ୟାବ୍ (ଆଇଆଇଏଲ୍)ରେ ସମାଧାନ ଗଠନ କରିବା ଏବଂ ଭୁବନେଶ୍ୱରର ଟେଟ୍ରା ଏକାଡେମି (ଟିଏବି)ରେ ପ୍ରତିଭାମାନଙ୍କୁ ମାର୍ଜିତ କରିବା ଉପରେ ଗୁରୁତ୍ୱାରୋପ କରିବ ବୋଲି ଅନିଲ ଭେନୁଗଂଟି, ଭିପି ଓ ଗ୍ଲୋବାଲ୍ ଡେଲିଭରି ମୁଖ୍ୟ କହିଛନ୍ତି ।’’
ଏହି ନବସୃଜନ ହବ୍ ଡିଜିଟାଲ୍ ସେବା ଉପରେ ଗୁରୁତ୍ୱାରୋପ କରିବ ଏବଂ ଚିନ୍ତାଧାରା ସୃଷ୍ଟି କରିବା, ପ୍ରୋଟୋଟାଇପ୍ ଗଠନ କରିବା ଏବଂ ସାରା ଭୌଗୋଳିକ ଅଞ୍ଚଳ ଏବଂ ଶିଳ୍ପ ପାଇଁ ବ୍ୟାପକ କରାଯାଇପାରୁଥିବା ବିଭ୍ରାଟକାରୀ ସମାଧାନ ଦରକାର ହେଉଥିବା ଦକ୍ଷତାକୁ ଏକତ୍ରୀତ କରିବାରେ ଏକ ପ୍ରମୁଖ ଭୂମିକା ତୁଲାଇବ ଏବଂ ସାରା ବିଶ୍ୱରେ ଏହା ପରିଚାଳିତ ହେଉଥିବା ସ୍ଥାନରେ ସମୃଦ୍ଧ ପ୍ରତିଭା ଭଣ୍ଡାରକୁ ହାସଲ କରିବ ଏବଂ ନବସୃଜନ ପରିବେଶକୁ ହାସଲ କରିବ । ଏହି ହବ୍ ବିଶ୍ୱସ୍ତରୀୟ ସହଯୋଗିତା ଭିତ୍ତିକ ନବସୃଜନ ଏବଂ ମିଳିତ ଭାବେ ସୃଷ୍ଟି ଜରିଆରେ ବିଶ୍ୱସ୍ତରୀୟ କ୍ଲାଏଣ୍ଟ୍ମାନଙ୍କ ପାଇଁ ପରବର୍ତି ପିଢ଼ି, ଡିଜିଟାଲ୍ ପରିବର୍ତନକୁ ତ୍ୱରାନ୍ୱିତ କରିବ ଯାହା ଉତ୍କୃଷ୍ଟ ଅନୁଭୂତି ପ୍ରଦାନ କରିବ,
ବ୍ୟକ୍ତିଗତ ଉତ୍ପାଦ ଉପସ୍ଥାପିତ କରିବ, ଖର୍ଚ କମାଇବ, ଦକ୍ଷତା ଓ ଅଭିବୃଦ୍ଧି ବଢ଼ାଇବ, ଦ୍ରୁତ ଓ ସ୍ମାର୍ଟ କରିବ ବୋଲି ସୁଜିତ ପରିଡ଼ା, ପ୍ରାକ୍ଟିସ୍ ମୁଖ୍ୟ-ବୀମା ଉତ୍ପାଦ କହିଛନ୍ତି ଯିଏ ବୀମା ସେବାକୁ ଦୃଢ଼ କରିବା ଲାଗି ଗତବର୍ଷ କଂପାନିରେ ଯୋଗ ଦେଇଥିଲେ । ଏକ ବିଶ୍ୱସ୍ତରୀୟ ସୂଚନା ପ୍ରଯୁକ୍ତି ଓ କନସଲଟିଂ କଂପାନି ଭାବେ ଟେଟ୍ରାସଫ୍ଟ ଡାଟା, ମୋବିଲିଟି, କ୍ଲାଉଡ୍ ଭିତ୍ତିକ ବ୍ୟବସାୟ ପ୍ଲାଟ୍ଫର୍ମର ଅଭ୍ୟୁଦୟ, ହାଇପର୍ ଅଟୋମେସନ୍, କାର୍ଯ୍ୟ କରୁଥିବା ଉପାୟରେ ପରିବର୍ତନ, କନେକ୍ଟେଡ୍ ଡିଭାଇସ୍ ଓ କ୍ଲାଉଡ୍ ସମନ୍ୱୟର ଶକ୍ତିକୁ ବ୍ୟବହାର କରି ସାରା ଡିଜିଟାଲ୍ ପିଢ଼ିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରୁଛି ।
No Result
View All Result