No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ,ମଙ୍ଗଳବାର ) କଳାହାଣ୍ଡି :- ନର୍ଲା ବ୍ଳକରେ ଏ ବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ କିଛି ଚାଷ ଜମିରେ ବେଉଷଣ ଓ ରୁଆ କାମ ଆଗେଇଛି। ଚଳିତ ବର୍ଷ ବ୍ଳକରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହେବା ସହ ଅନେକ ଚାଷୀ ବର୍ଷକର ଖାଦ୍ୟ କିପରି ସଂଗ୍ରହ କରିବେ ସେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଧାନ ରୁଆ ସମୟରେ ୟୁରିଆ ସାର ନିଅଣ୍ଟ ପଡ଼ିଥିବା ଚାଷୀ କୁଳରୁ ଅଭିଯୋଗ ଉଠିଛି। ୟୁରିଆ ସାରର ସରକାରୀ ଧାର୍ଯ୍ୟ ବସ୍ତା ପ୍ରତି ୨୬୬ ଟଙ୍କା ୫୦ ପ. ଥିବା ବେଳେ ଅସାଧୁ ବ୍ୟବସାୟୀ ୟୁରିଆ ସାର ବସ୍ତା ପ୍ରତି ୨୯୦ ଟଙ୍କା ରୁ ୩୨୦ ଟଙ୍କା ଦରରେ ବିକ୍ରୀ କରୁଥିବା ଚାଷୀ ଅଭିଯୋଗ କରେ। ସେହିପରି ଡିଏପି ସାର ଦର ବସ୍ତା ପ୍ରତି ୧୦୮୦ ରୁ ୧୨୦୦ ଶହ ଟଙ୍କା ଯାଏଁ ବିକ୍ରୀ ହେଉଥିବା ଚାଷୀ ମାନେ କହନ୍ତି।

ବ୍ଳକର ରୁପ୍ରା, ଭାଲୁ କଟା, ପଲସାପଡା, ଗୁଣ୍ଡୁରି, ସରିଆଁ, ଶାନ୍ତପୁର,ବୁରାଟ, ଆଲିମ, ମୁସ୍କୁଟି, ଗିଗିନା, ପଲମ ଆଦି ଅଞ୍ଚଳରେ ବେପାରୀ ଗାଡିଭଡା, ଲୋଡ, ଅନଲୋଡ ନାଁରେ ଚଢାଦରରେ ସାର ବିକ୍ରୀ କରୁଥିବା ଅଭିଯୋଗ ହୁଏ। ଏବେ ନର୍ଲା ବ୍ଳକ ଅଞ୍ଚଳରେ ଡିଏପି ସାରର ଅଭାବ ଯୋଗୁଁ ଚାଷୀ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ନର୍ଲା, ରୁପ୍ରାରୋଡକୁ ସାର ଆସିବା ପରେ ପରେ ଦୁଇ ଓ ତିନି ଦିନରେ ସମସ୍ତ ସାର ଶେଷ ହୋଇଯାଉଛି। ଏଠାକୁ ଯେଉଁ ପରିମାଣରେ ସାର ଆସୁଛି ତାହା ଠାରୁ ବହୁ ଗୁଣରେ ଚାଷୀଙ୍କ ଆବଶ୍ୟକତା ରହିଛି। ଏହା ଯୋଗୁଁ ସମସ୍ତ ଚାଷୀଙ୍କୁ ସାର ଯୋଗାଣ ହୋଇପାରୁ ନାହିଁ। ଏହାର ସୁଯୋଗ ନେଇ ବ୍ଳକରେ ଖୋଳା ବଜାରରେ ବେପାରୀ ମାନେ ଚଢା ଦରରେ ସାର ବିକ୍ରୀ କରୁଛନ୍ତି। ଏ ନେଇ ଜିଲ୍ଲା କୃଷି ବିଭାଗ ଓ ପ୍ରଶାସନ ନିକଟରେ ଖବର ଥିଲେ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଚାଷୀ ମହଳରେ ଅସନ୍ତୋଷ ବଢୁଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result