No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ନୟାଗଡ :- ଗଣିଆ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଣିଆ ଉନୟନ କମିଟି କାଯ୍ୟଳୟ ଘଡୁଆଲ ତାଲିମ ଗୃହରେ ଗତ 2ଦିନ ଧରି ଜିଲ୍ଲାର 25 ଜଣ କିନର ମାନଙ୍କୁ ନେଇ “ବ୍ୟକ୍ତିତ୍ୱର ବିକାଶ “ସମ୍ପର୍କୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି ଗଣିଆ ଉନୟନ କମିଟିର ସଭାପତି ଉଷାପଟନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିନର ମାନଙ୍କର ସାମଗ୍ରୀକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ,ଗଣିଆ ଉନୟନ କମିଟି ଦ୍ୱାରା ପରିଚାଳିତ ସ୍ୱୀକୃତି ପ୍ରକଳ୍ପ ମାଧ୍ୟମରେ କିନ୍ନର ମାନଙ୍କୁ ଚିନ୍ହଟ କରିବା ସେମାନଙ୍କର ଆଧାରକାର୍ଡ ସଂଶୋଧନ କରିବା ସେମାନଙ୍କୁ ସ୍ୱତନ୍ତ ପରିଚୟ ପ୍ରଦାନ କରିବା, କିନର ମାନଙ୍କୁ ନେଇ ସ୍ୱୟସହୟାକ ଗୋଷ୍ଟି
ଗଠନ କରିବା, ସରକାରଙ୍କ ର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲୀ କରାଇବା ବିଶେଷ କରି କିନର ମାନେ କିପରି ଆତ୍ମସନମାନର ସହିତ ବଞ୍ଚିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା, ଏହାପରେ ଗଣିଆ ଉନୟନ କମିଟି ର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ, ତାଲିମ ରେ କିନର ମାନଙ୍କର ବ୍ୟକ୍ତିତ୍ୱର ବିକାଶ କିପରିହେବ ତାଙ୍କର ଭାବନରେ ପରିବର୍ତନ କିପରିହେବ ସେମାନଙ୍କର ଦକ୍ଷତା ଜ୍ଞାନ ଏବଂ ମନଭାବର ବିକାଶ କିପରିହେବ ସେମାନଙ୍କର ପରସ୍ପର ଭିତରେ ବୁଝାମଣା କିପରି ରହିବ, ଜୋଗାଯୋଗ କିପରି ରହିବ ନେତୃତ୍ୱର ବିକାଶ କିପରି ହେବ, ସେମାନ ସଂଗଠିତ ହୋଇ କିନର ମାନଙ୍କର ସଂଗଠନ କିପରି କରିବେ, ସ୍ୱ୦ୟସହାୟକ ଗୋଷ୍ଟି ଗଠନ, ବ୍ୟାଙ୍କ ଲିଂକେଜ ଗୋଷ୍ଟି ପରିଚାଳନା ଆଦି ସମ୍ପର୍କରେ ବୁଝାଇଥିଲେ. ପ୍ରକଳ୍ପ ସଂଯୋଜିକା ରାଜସ୍ମିତା କର ଧନ୍ୟବାଦ ଅର୍ପଣ କରିଥିଲେ. କିନର – ପ୍ରିୟଙ୍କା ମହାରଣା, ଲିନା ସିଏ, ଗୁରୁମା ଚୁମୁକି, ନଦିନୀ ପରିଡା, ପଞ୍ଚୁମହାରଣା ଅନ୍ୟକିନର ମାନେ ଉପସ୍ଥିତ ଥିଲେ.(ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)
No Result
View All Result