No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନାଠାରେ ରହିଥିବା ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ବିବ୍ୟାଳୟରୁ ବହିଷ୍କୃତ ଶିକ୍ଷକ ଓ କର୍ମଚରୀ ଏବଂ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ତଦନ୍ତ କରିବା ପାଇଁ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଏବଂ ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦେବୀ ୨୯/୦୧/୨୦୨୧ରେ ବିଦ୍ୟାଳୟକୁ ଆସି ଯୁଗ୍ମ ତଦନ୍ତ କରିଥିଲେ ।

ଏହାପରେ ୨୨/O୨/୨୦୨୧ରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ତଦନ୍ତ ରିପୋର୍ଟ ଡିଏସଏସଓଙ୍କୁ ପ୍ରଦାନ କରି ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ପ୍ରାୟ ୬ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ଓ କର୍ମଚାରୀମାନଙ୍କର ସମସ୍ୟା ସମାଧାନ ହୋଇପାରିନଥିଲା । ଯାହାଫଳରେ ଶିକ୍ଷକ ଓ କର୍ମଚାରୀ ବାଧ୍ଯ ହୋଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।
ସୂଚନା ଯୋଗ୍ୟ ଗତ ବର୍ଷ କରୋନା ମହାମାରୀ ସମୟରେ ଶିକ୍ଷା କମିଟିର ପରାମର୍ଶ ନ ନେଇ ଅନ୍ୟାୟ ଭାବେ ୧୦ ଜଣ କର୍ମଚାରୀଙ୍କୁ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ବହିଷ୍କାର କରି ଅଛନ୍ତି । ଏହା ବ୍ୟତୀତ କର୍ମଚାରୀଙ୍କ ଦୁଇ ବର୍ଷର ବକେୟା ପାଉଣା ମଧ୍ୟ ଦେଇନାହାନ୍ତି । ବିଦ୍ୟାଳୟକୁ ୨୦୧୮-୧୯ର ପ୍ରାୟ ୩୮ ଲକ୍ଷ ୩୪ ହଜାର ୫୩ ଟଙ୍କା କେନ୍ଦ୍ରୀୟ ଅନୁଦାନ ଆସିଥିଲା । ତଥାପି ସମ୍ପାଦକ କର୍ମଚାରୀଙ୍କୁ ୨୦୧୭-୧୮ର ଏରିଏର ଟଙ୍କା ଓ ପ୍ରାୟ ୨ ବର୍ଷର ହନୋରିୟମ ଟଙ୍କା ନ ଦେଇ ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ୨୦୧୭-୧୮ଠାରୁ ୨୦୨୦-୨୧ପର୍ଯ୍ୟନ୍ତ ବିଦ୍ୟାଳ (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result