No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ନୂଆଗାଁ:- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ୫୭ ନଂ ଜାତୀୟ ରାଜପଥ ମାଇଛେଳି ନିକଟରେ କାର୍ ,ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଗୁରୁତର ହୋଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ କିରିଆ ଲାଞ୍ଜି ଗ୍ରାମର ଉଲ୍ଲାସ ସାହୁ ବାଇକ୍ ରେ ନୟାଗଡ ଅଭିମୁଖେ ଯାଉଥିବା ବେଳେ ନୟାଗଡ ରୁ ଏକ ମାରୁତି କାର୍ ( ଓ ଆର୍ ୦୨ ଏ ଜେ ୭୧୩୪) ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ମାଇଛେଳି ନିକଟରେ ପରସ୍ପର ଧକ୍କା ହେବା ଦ୍ବାରା ବାଇକ୍ ଚାଳକ ଗୁରୁତର ହୋଇଥିଲେ।ଘଟଣା ସ୍ଥଳରେ ନୂଆଗାଁ ଦମକଳ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ବାଇକ୍ ଚାଳକ ଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ।ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
No Result
View All Result