No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ସହର ର ପ୍ରତିଷ୍ଠିତ ଶିକ୍ଷାବିତ ତ୍ସ୍ୱର୍ଗତ ଶ୍ରୀ ରଘୁନାଥ ସାହୁ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଟିତ ହୋଇଯାଇଛି।ରାଜ୍ୟ ପରିସଂଖ୍ୟାନ ବିଭାଗରେ ଅତିରିକ୍ତ ନିର୍ଦ୍ଧେଶକ ଓ ପରେ ନିର୍ଦ୍ଧେଶକ ପଦ ରୁ ଅବସର ନେବା ପରେ କାଶୀନଗର ଅଞ୍ଚଳ ରେ ଗୋଟିଏ କଲେଜ୍ ନଥିବା କାରଣ ରୁ ପିଲାମାନେ ନବେ ଦଶକ ରେ ପାଠ ପଢିବା ରୁ ବଞ୍ଚିତ ହେଉଥିବା ବେଳେ ରଘୁନାଥ ସାହୁ ଏକ ସ୍ବପ୍ନ ଦେଖିଥିଲେ । ତାଙ୍କ ସ୍ବପ୍ନ ଆଜି ସାକାର ହୋଇଛି। କାଶୀନଗର ରେ ଆଜି ଯୁକ୍ତ ଦୁଇ ,ଡିଗ୍ରୀ କଲେଜ ପ୍ରତିଷ୍ଠା
ହୋଇ ଶହ ଶହ ପିଲା ଆଦିବାସୀ ହରିଜନ,ଆର୍ଥିକ ଅନଗ୍ରସର ପିଲା ଆଜି ପାଠ ପଢ଼ି ମନୁଷ୍ୟ ହୋଇ ପାରିଛନ୍ତି।ଆଜି ସେହି ମହାନ୍ ଆତ୍ମଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ଶ୍ରୀ ରାମ ଜୁନିଅର୍ କଲେଜ୍ ପରିସରରେ ପାଳିତ ହୋଇଯାଇଛି। ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସଭାପତି ଭାବେ ଅଧ୍ୟକ୍ଷ ଶ୍ରୀ ନବ କୃଷ୍ଣ ସାହୁକାର ଯୋଗ ଦେଇଥିଲେ।ଶ୍ରୀରାମ କଲେଜ ଦେବୀ ୟୁଥ୍ ଗ୍ରୁପ୍ ଓ ସମ୍ବାଦ ଅମା ଓଡ଼ିଶା ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result