No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତ, ଦିନଥିଲା ମୌଳିକ ଆବଶ୍ୟକତା ବୋଇଲେ ଖାଦ୍ୟ,ବସ୍ତ୍ର ଓ ବାସ ଗୃହକୁ ବୁଝାଉଥିଲା । ଏବେ ସମୟ ବଦଳି ଯାଇଛି । ଏହି ତିନୋଟି ସହିତ ସ୍ବାସ୍ଥ୍ୟ,ଶିକ୍ଷା, ଗମନାଗମନ,ବୀମା,ଉତ୍ତମ ପରିବେଶ, ଅବେଗିକ ଭାରସାମ୍ୟ ତା ଆଉ ସର୍ବୋପରି ଆତ୍ମିକ ବିକାଶ ଅପରିହାର୍ଯ୍ୟ ହୋଇ ଯାଇଛି । ଏ ସବୁ ମଧ୍ୟରେ ଅନ୍ୟ ଆବଶ୍ୟକତା ସହିତ ଜୀବନ ବୀମା ର ଆବଶ୍ୟକତା ଅନେକେ ଅନୁଭବ କରିଛେ । ପରିବାର ର ରୋଜଗାରିଆ ଲୋକଟିଏ ଚାଲିଗଲା ପରେ କିଛି ପରିବାର ବାଟବଣା ବି ହୋଇଯାଇଛନ୍ତି ।
ଯେଉଁ ମାନଙ୍କର ଛୋଟ୍ ମୋଟ ଯାହା କିଛି ଜୀବନ ବୀମା ଥିଲା ସେମାନେ ସେ ବାବଦ କିଛି ଅର୍ଥ ପାଇ ଆଶ୍ବସ୍ତ ହୋଇଛନ୍ତି । ବହୁତ ଲୋକ ଅନିଚ୍ଛା ହେଉ ବା ଅ ଜ୍ଞତା ହେତୁ ହେଉ ବୀମା ଭୁକ୍ତ ହୋଇ ପାରିନାହାନ୍ତି । ଫସଲ, ଯାନ ବାହନ ବୀମା କରୁଥିବା ବେଳେ ହୁଏତ ଅଧିକ ଅର୍ଥ ଆବଶ୍ୟକ ପଡ଼ିପାରେ ଭାବି ନିଜ ପାଇଁ ବୀମା କୁ ଅଣ ଦେଖା କରି ଥାଇପାରନ୍ତି । ସମସ୍ତ ଙ୍କ ପକେଟ୍ କୁ ସୁହାଇଲା ଭଳି ଦୁଇଟି ବୀମା ଯଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଭାରତ ସରକାର ପ୍ରବର୍ତ୍ତନ କରିଛନ୍ତି ।
ପ୍ରଥମ ଟି ଅଠର ରୁ ସତୁରୀ ବର୍ଷ ମଧ୍ୟରେ ଜଣେ ବାର୍ଷିକ ବାର ଟଙ୍କା ମାତ୍ର ଦେଇ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ନେଇପାରିବ । ସେପରି ଅଠର ରୁ ପଚାଶ ବର୍ଷ ମଧ୍ୟ ରେ ଜଣେ ବାର୍ଷିକ ତିନି ଶହ ତିିରିଶ ଟଙ୍କା ଦେଇ ଦ୍ଵିତୀୟ ବୀମା ଟି ନେଇ ଦୁଇ ଲକ୍ଷ ଟଙ୍କା ଯେ କୌଣସି ମୃତ୍ୟୁ ହେଲେ ପାଇପାରିବ । ଉପଯୁକ୍ତ ପ୍ରଚାର ପ୍ରସାର ଅଭାବ ରୁ ଏ ବାର୍ତ୍ତା ଅନେକ ଙ୍କ ପାଖରେ ଅପହଞ୍ଚ ହୋଇରହିଛି । ଏ ଦିଗରେ ପରିବେଶ ସାଥି ତଥା ସାମାଜିକ କର୍ମୀ ସୁକାନ୍ତ ସାର , କୁରାଳ ଗୋଟିଏ ପାଦ ଆଗକୁ ଯାଇ ଲୋକ ସଚେତନତା ଆଣିବା ପାଇଁ ନିଜ ତରଫରୁ ବିବାହ, ଜନ୍ମଦିନ ଇତ୍ୟାଦି ଦିନ ମାନଙ୍କରେ ବୀମା ଉପହାର ଦେଇ ଉଦାହରଣ ସୃଷ୍ଟି କରି ଚାଲିଛନ୍ତି ।
ସେ ମହାଶୟ ଆଜି ତାଙ୍କ ବାଷଠୀ ତମ ଜନ୍ମଦିବସ ରେ ପୂର୍ବ ବର୍ଷ ମାନଙ୍କ ପରି ବୃକ୍ଷ ଚାରା ବଣ୍ଟନ, ବୃଦ୍ଧା ଶ୍ରମ ରେ ଭୋଜନ,ପିଲା ମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ ସହିତ ସମସ୍ତଙ୍କ ପାଇଁ ବୀମା ସଚେତନତା ସୃଷ୍ଠି ସକାଶେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁରାଳ ଶାଖାରେ କିଛି ସାଥି ସହୋଦର ଙ୍କ ସହିତ କିଛି ଆର୍ଥିକ ଦୁର୍ବଳ ଲୋକ ମାନଙ୍କୁ ଉପରୋକ୍ତ ଦୁଇଟି ବୀମା ଜନ୍ମଦିନର ଉପହାର ସ୍ୱରୂପ ଦେଇଛନ୍ତି । ଆଗକୁ ଗାଁକୁ ଗାଁ ବ୍ୟାଙ୍କ୍ ଓ ବୀମା କର୍ମଚାରୀ ମାନଙ୍କ ସହାୟତା ରେ ବୀମା ଗ୍ରାମ ଘୋଷଣା କରିବାକୁ ସଂକଳ୍ପ ରଖିଛନ୍ତି । ସୁକାନ୍ତ ସାର ଙ୍କ ଏହି ଅଭିନବ ପ୍ରୟାସ କୁ ବୁଦ୍ଧିଜୀବି ଓ ବ୍ୟାଙ୍କ୍ କର୍ମଚାରୀ ମାନେ ତାରିଫ୍ କରିଛନ୍ତି । ( ରିପୋର୍ଟ ,ଅଶ୍ୱିନ କୁମାର ସାହୁ )
No Result
View All Result