No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଏସଟିପିଆଇ ଭୁବନେଶ୍ୱର ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସମଗ୍ର ଓଡ଼ିଶାରେ ଏକ ଅନ୍ଲାଇନ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ନୂଆ ପିଢିର ଉଦ୍ଭବନ ଯୋଜନା (ଏନଜିଆଇଏସ) ଅଧୀନରେ ହିତାଧିକାରୀଙ୍କୁ ମନୋନୀତ କରିବା ଏବଂ ସେମାନଙ୍କୁ ସାମିଲ କରିବାକୁ ଏକ ଉନ୍ମୁକ୍ତ ଚାଲେଞ୍ଜ ପ୍ଲାଟଫର୍ମ ‘ଚୁନୌତି ୰୨’ରେ ଅଂଶଗ୍ରହଣ କରିବା ପାଇଁ ଷ୍ଟାର୍ଟଅପ, ନବୋନ୍ମେଷକାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ ଓ ଗବେଷକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଉଦ୍ବୋଧନ ଦେଇ ଏସଟିପିଆଇର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ଦେବେଶ ତ୍ୟାଗୀ ଭୁବନେଶ୍ୱର ଏବଂ ଓଡ଼ିଶା ପାଇଁ ‘ଚୁନୌତି ୰୧’ର ବିପୁଳ ସଫଳତା ସମ୍ପର୍କରେ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ସକ୍ରିୟ ସମର୍ଥନ ଓ ସହଯୋଗରେ ଏସଟିପିଆଇ ପକ୍ଷରୁ ଓଡ଼ିଶାରେ ସୃଷ୍ଟି କରାଯାଇଥିବା ବ୍ୟାପକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଅଂଶଗ୍ରହଣକାରୀମାନେ ଏହି ସୁଯୋଗର ସଦୁପଯୋଗ କରିବା ଏବଂ ଜନସାଧାରଣଙ୍କ ପାଇଁ ନୂତନ ଚିନ୍ତାଧାରା ତଥା କମ୍ ବ୍ୟୟସାପେକ୍ଷ ପ୍ରଯୁକ୍ତି ଆଧାରିତ ସମାଧାନ ଆଣିବାକୁ ନିବେଦନ କରିଥିଲେ । ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଓଡ଼ିଶାରେ ଏକ ପରିପୁଷ୍ଟ ଷ୍ଟାର୍ଟଅପ ପରିବ୍ୟବସ୍ଥା ନିର୍ମାଣ କ୍ଷେତ୍ରରେ ଏସଟିପିଆଇର ଅବଦାନ ସମ୍ପର୍କରେ ପ୍ରକାଶ କରିବା ସହିତ ଓଡ଼ିଶାକୁ ସଂପୂର୍ଣ୍ଣ ଭିନ୍ନ ଏବଂ ଗଭୀର ପ୍ରଯୁକ୍ତି ଭିତ୍ତିକ ଷ୍ଟାର୍ଟଅପର ଏକ ପସନ୍ଦଯୋଗ୍ୟ ସ୍ଥଳରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ନବୋନ୍ମେଷକାରୀଙ୍କୁ ଉତ୍ସାହିତ କରିଥିଲେ । ଏନଜିଆଇଏସ ପାଣ୍ଠି ଯୋଗାଣ ନିମନ୍ତେ ସମଗ୍ର ଦେଶରୁ ମନୋନୀତ ୪୨ଟି ଷ୍ଟାର୍ଟଅପ ମଧ୍ୟରେ ଓଡ଼ିଶାର ଛଅଟି ସଫଳ ଷ୍ଟାର୍ଟଅପ ସ୍ଥାନ ପାଇଥିବା ସେ ଉଲ୍ଲେଖ କରିଥିଲେ । ଭୁବନେଶ୍ୱର ଅଞ୍ଚଳ ନିମନ୍ତେ ଏନଜିଆଇଏସ୍ର ଥିବା ମୁଖ୍ୟ ମାର୍ଗଦର୍ଶକ ଶ୍ରୀ ରାଜେଶ ରାମ ମିଶ୍ର ସମଗ୍ର ବିଶ୍ୱରେ ମହିଳା ପ୍ରତିଷ୍ଠାତାଙ୍କୁ ନେଇ ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣର ୧୫ଟି ମୁଖ୍ୟ ଶିକ୍ଷଣୀୟ ବିଷୟ ଉପସ୍ଥାପନ କରିବା ସହିତ ‘ଚୁନୌତି ୰୨’ର ସମର୍ଥ ମହିଳା ହିତାଧିକାରୀଙ୍କୁ ଉଦ୍ବୋଧନ ଦେଇଥିଲେ ।
ସେ ନାଇକାର ଫାଲଗୁନି ଏବଂ ବାଇଜୁର ଦିବ୍ୟାଙ୍କ ସମ୍ପର୍କରେ ଆଲୋଚନା କରିଥିଲେ, ଯେଉଁ ଦୁଇ ମହିଳା ସେମାନଙ୍କର ଷ୍ଟାର୍ଟଅପଗୁଡିକୁ ଭାରତର ୟୁନିକର୍ଣ୍ଣରେ ପରିଣତ କରିବାରେ ସଫଳ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ର ଜିଏମ୍ (ସିଏସଆର ଓ ସଷ୍ଟେନେବିଲିଟି) ଶ୍ରୀମତୀ ଲୋପାମୁଦ୍ରା ପ୍ରିୟଦର୍ଶିନୀ କହିଥିଲେ, ମହିଳାମାନଙ୍କ ଅନ୍ତର୍ନିହିତ ଶକ୍ତି ଏବଂ ସେମାନଙ୍କର ଔଦ୍ୟୋଗିକ ସାମର୍ଥ୍ୟକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଗଲେ ତାହା ଆମ ରାଷ୍ଟ୍ର ମହିଳାମାନଙ୍କ ପାଇଁ ଲିଙ୍ଗଗତ ସମାନତା ଆଧାରରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ବିଶ୍ୱସ୍ତରୀୟ ପାଇକାରୀ କ୍ରେତାମାନଙ୍କର ଏକ ଅନ୍ଲାଇନ ପ୍ଲାଟଫର୍ମ କ୍ୱାଲାରାର ପ୍ରତିଷ୍ଠାତା ସିଇଓ ସୁଶ୍ରୀ ଅଦିି ପାଣି ତାଙ୍କର ଚମତ୍କାର ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିବା ସହିତ ମହିଳା ଉଦ୍ୟୋଗୀମାନେ ସେମାନଙ୍କର ସ୍ୱାଚ୍ଛନ୍ଦ୍ୟ ଜୀବନଚର୍ଯ୍ୟା ମଧ୍ୟରୁ ବାହାରକୁ ଆସି ସମାଜ ପ୍ରତି ବାସ୍ତବ କ୍ଷେତ୍ରରେ ପାର୍ଥକ୍ୟ ଆଣିବା ଦିଗରେ ସେମାନଙ୍କୁ ପ୍ରବର୍ତ୍ତାଇଥିଲେ । ଷ୍ଟାର୍ଟଅପ ଓଡ଼ିଶାର ଜଣେ ଦୃଢ ସମର୍ଥକ ଓ ପ୍ରଚାରକ ସୁଶ୍ରୀ ସଂଜୁକ୍ତା ବଧାଇ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ବିଶେଷଭାବରେ ମହିଳା ଉଦ୍ୟୋଗୀଙ୍କୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶାର ଦ୍ରୁତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅବାଦନ ରଖିବାକୁ ଅଧିକରୁ ଅଧିକ ମହିଳା ଔଦ୍ୟୋଗିକ କ୍ଷେତ୍ରକୁ ପ୍ରବେଶ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏସଟିପିଆଇ ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଏସ ଆର ପାତ୍ର ଏଜିଆଇଏସ ଏବଂ ‘ଚୁନୌତି ୰୨’ଉପରେ ଉପସ୍ଥାପନା ପ୍ରଦାନ କରିବା ସହିତ ଯୋଗ୍ୟତା, ଅଗ୍ରାଧିକାର କ୍ଷେତ୍ର, ଫାଇଦା ଓ ପ୍ରୋତ୍ସାହନ, ମୂଳ ପାଣ୍ଠି ଯୋଗାଣ, ଏସଟିପିଆଇ ସର୍ବଭାରତୀୟ ସିଓଇ ପରିବ୍ୟବସ୍ଥା ଦ୍ୱାରା ଯୋଗାଇ ଦିଆଯାଉଥିବା ସମର୍ଥନ ଏବଂ ମୁକ୍ତ ଚାଲେଞ୍ଜର ସମୟ ଅବଧି ସମ୍ପର୍କରେ ବିସ୍ତୃତ ଭାବରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ପ୍ରାୟ ୧୫୦ ଅଂଶଗ୍ରହଣକାରୀ ଯୋଗଦେଇଥିଲେ । ଏସଟିପିଆଇ ଭୁବନେଶ୍ୱରର ଏଌକ୍ଷଗ୍ଧ;ରପ୍ରିନିୟୋର ପାର୍କର ମୁଖ୍ୟ ଅପରେଟିଂ ଅଫିସର ସୁଶ୍ରୀ ଲୋପା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result