No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ପାରଳାଖେମୁଣ୍ଡି :- ପ୍ରବଳ ବର୍ଷା ଯୋଗୁଁ ମାଟି ପଥର ଖସିବାରୁ ଗଜପତି ଜିଲ୍ଲା ରାୟଗଡ ବିଇଓଙ୍କ କାର୍ଯ୍ୟାଳୟ ପାଚେରୀ ଭୁଷୁଡି ପଡିଛି । ରାୟଗଡ ବ୍ଲକ ସଦର ମହକୁମା ରାୟଗଡ଼ ଠାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ (ବିଇଓ) କାର୍ଯ୍ୟାଳୟ ପାଶ୍ୱର୍ଭାଗରେ ଥିବା ପାଚେରୀ ରାତିରେ ପ୍ରବଳ ବର୍ଷା ହେବା ଯୋଗୁଁ ପାହାଡ ଧସି ମାଟି ଓ ପଥର ଖସି ପାଚେରୀ ଭାଙ୍ଗି ଯାଇଛି ।
ଉକ୍ତ ପାଚେରୀ ନିକଟେରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ ଚାଲୁଥିବାରୁ ରାସ୍ତା ଖୋଳା ଯାଇଥିବା ଯୋଗୁଁ ରାସ୍ତାରୁ ପ୍ରବଳ ମାଟି ପଥର ସବୁ ଧୋଇ ହୋଇ ବର୍ଷା ପାଣି ସହ ଆସି ଉକ୍ତ ପାଚେରୀକୁ ବାଡେଇ ହେବା ଫଳରେ ପ୍ରାୟ ପଚାଶ ଫୁଟରୁ ଉର୍ଦ୍ଧ ପାଚେରୀ ଭୁଶୁଡି ଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ରାସ୍ତା ସାରା କାଦୁଅ ପାଣି ଓ ମାଟି ପଥରରେ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି । ଯାହାଫଳରେ କାର୍ଯ୍ୟାଳୟକୁ ଯିବା ଆସିବାରେ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି (ଗରୁଡ଼ ଧ୍ଵଜଚୌଧୁରୀ)
No Result
View All Result