No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର) ବାଙ୍କୀ :- ରାଜ୍ୟ ଅବକାରୀ ବିଭାଗ ଡେପୁଟି କମିଶନର ତଥା କଟକ ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ବାଙ୍କୀ କଟକ ରାସ୍ତା ଜାତମୁଣ୍ଡିଆ ଗୋଲେଇ ଛକ ଠାରେ ଆଠଗଡ଼ ଆଡୁ ଜାତମୁଣ୍ଡିଆ ଛକ ଦେଇ ଖୋର୍ଦ୍ଧା ଯାଉଥିବା ମହିନ୍ଦ୍ରା ଭ୍ୟାନ (ନଂ ଓଡି-୦୬-ଜେ୭୬୬୧) ଗାଡ଼ିକୁ କଟକ ଜିଲ୍ଲା ଅବକାରୀ ବିଭାଗ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ସହିତ , କଟକ ,ବାଙ୍କୀ, ଆଠଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ଜଗଦିଶ୍ ସାମଲଙ୍କ ନେତୃତ୍ୱରେ ଗାଡିକୁ ଅଟକାଇଥିଲେ । ଗାଡିରେ ବାଙ୍କୀ ବ୍ଲକ ମାଳବିହାରପୁରର ହୃଷିକେଷ ସ୍ୱାଇଁ (ବାପୁନି) ୧୦୪୦ଲିଟର ଚୋରା ଦେଶୀ ମଦ ନେଇ ଯାଉଥିଲେ ।
ଅବକାରୀ ବିଭାଗ କର୍ମଚାରୀମାନେ ଗାଡିକୁ ଅଟକାଇ ମଦକୁ ଜବତ କରିବା ସହ ଡ୍ରାଇଭର ପିଣ୍ଟୁସେଠୀ ଓ ହୃଷିକେଷ ସ୍ୱାଇଁଙ୍କୁ ଗିରଫ୍ କରିଥିଲେ । ଗାଡି ଓ ମଦକୁ ବାଙ୍କୀ ଅବକାରୀ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଅଭିଯୁକ୍ତ ୨ଜଣଙ୍କର କରୋନା ସ୍ୱାବ୍ ସଂଗ୍ରହ କରାଯାଇ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଛି । ଏହି କାର୍ଯ୍ୟରେ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଇନିସ୍ପେକ୍ଟର ଉମାକାନ୍ତ ସ୍ୱାଇଁ , ଏସ୍.ଆଇ. ସଚିନ୍ ବେହେରା, କଟକ ଜିଲ୍ଲା ମୋବାଇଲ୍ ଇନିସ୍ପେକ୍ଟର ସଂଜିତ୍ ବାଲା ଓ ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରା , ଏସ୍.ଆଇ. ଦୀପକ ସାମଲ ଓ ଆଠଗଡ଼ ବାଙ୍କୀର ଅବକାରୀ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ
No Result
View All Result