No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ରାୟଗଡ (ଗଜପତି ) :- ରାୟଗଡ ଠାରୁ ମୋହନା ରାସ୍ତା ମଝିରେ ବିଶାଳ ଗାତ । ଯାହାକୁ ନେଇ ଲୋକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ପୁନଃର୍ବାର ମରଣ ଯନ୍ତା ପାଲଟିଲା ଏନଏଚ ରୋଡ଼ । କଚା ସଡକ ମଝିରେ ଏଭଳି ଗାତ ସୃଷ୍ଟି ହେବା ଏନ୍ଏଚ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ହୋଇଥିବା ନିମ୍ନ ମାନର କାର୍ଯ୍ୟକୁ ନେଇ ନିନ୍ଦା ହୋଇଛି । ତେବେ ସୂଚନାନୁସାରେ ସଡ଼କ ରେ ଦ୍ୱିତୀୟ ଥର ଏଭଳି ଗାତ ସୃଷ୍ଟି ହୋଇଛି ଯାହାକୁ ନେଇ ପ୍ରଶାସନ ର କାର୍ଯ୍ୟ କଳାପ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତା ମଝିରେ ଗାତ ସୃଷ୍ଟି ହେବା କାରଣରୁ ପାରଳାଖେମୁଣ୍ଡି ମୋହନା ଏନ୍ଏଚ ରାସ୍ତା ପ୍ରାୟ ଆଠ ଘଣ୍ଟା ଧରି ବନ୍ଦ ରହିଥିଲା ଯାହାକି ସ୍ଥାନୀୟ ଜନସାଧାରଣ ଓ ଯାତ୍ରୀମାନଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏଠାରେ ପ୍ରକାଶ ଯେ, ରାୟଗଡ ଠାରୁ ମୋହନା ରାସ୍ତା ଦେଇ ଯିବା ବେଳେ ରାୟଗଡା ଠାରୁ ଦୁଇ କିମି ପରେ ରାସ୍ତାରେ ପଡୁଥିବା ଜଲାଙ୍ଗ ନାଳ ବ୍ରିଜ୍ ଉପରେ ଗାତ ସୃଷ୍ଟି ହୋଇଯାଇଥିଲା । ଖବର ପାଇ ରାୟଗଡା ପୁଲିସ ଏସଆଇ ସିନ୍ଧୁ ଶରକା ନିଜ ଷ୍ଟାପ୍ ସହ ପହଞ୍ଚି ସେହି ବାଟ ଦେଇ ଯିବା ଆସିବା କରୁଥିବା ଲୋକଙ୍କୁ ଅଟକାଇ ସଙ୍ଗେ ସଙ୍ଗେ ଏନ ଏଚ ବିଭାଗ କୁ ଜଣାଇ ରାସ୍ତା କାମ କରୁଥିବା ଠିକା ସଂସ୍ଥାକୁ ଡାକି ଗାତ ହୋଇଥିବା ସ୍ଥାନରେ ପିଚୁ ପକାଇ ମରାମତି କରାଯାଇଥିଲା ।

ଏହା ପରେ ରାସ୍ତା ଟି ସ୍ୱାଭାବିକ ହୋଇଥିଲା l ସୂଚନାନୁସାରେ ପୂର୍ବରୁ ତିତିଲି ବାତ୍ୟା ସମୟରେ ମଧ୍ୟ ଏହି ବ୍ରିଜ୍ ଉପରେ ଏହିଭଳି ବିଶାଳ ଗାତ ହୋଇଥିଲା । ସେତେବେଳେ ନିମ୍ନ ମାନର କାମ ହୋଇଥିବା ଯୋଗୁଁ ପୁଣି ଥରେ ଗାତ ସୃଷ୍ଟି ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିରେ ଏନଏଚ ବିଭାଗ ଙ୍କ ଅପରଗତା କାର୍ଯ୍ୟ ଯୋଗୁଁ ଆଜି ପୁନଃର୍ବାର ବ୍ରିଜ୍ ଉପରେ ଗାତ ସୃଷ୍ଟି ହୋଇଛି ବୋଲି ରାୟଗଡାର ବୁଦ୍ଧିଜୀବୀ ମହଲରେ ନିନ୍ଦା ର କାରଣ ହୋଇଛି । ( ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result