No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ବିଜୁ ଜନତା ଦଳର ସଭାପତି ଅସୀତ୍ କୁମାର ଜେନା ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । କେତେକ ନିର୍ଦ୍ଧିଷ୍ଟ ବିରୋଧି ରାଜନୈତିକ ଦଳ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅମୂଳକ ଅଭିଯୋଗମାନ କରାଯାଇ ତାଙ୍କ ବିରୁଦ୍ଧରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । କୁସୁପଙ୍ଗି ପଞ୍ଚାୟତର ଏନ୍.ଏମ୍.ଆର.ଜି.ଏସ୍ କାର୍ଯ୍ୟ ସମ୍ପୂର୍ଣ୍ଣ ସରକାରଙ୍କ ନିୟମ ଅନୁଯାୟୀ କରାଯାଉଅଛି । ଏହାକୁ ତୃତୀୟ ପକ୍ଷ ଦ୍ୱାରା ତଦନ୍ତ କରାଗଲେ ସମସ୍ତ କାର୍ଯ୍ୟ ତୃଣମୂଳ ସ୍ତରରେ ପରିକ୍ଷିତ ହୋଇ ଏହାର ମୂଲ୍ୟାଙ୍କନ କରାଯାଇପାରିବ ବୋଲି ଶ୍ରୀଜେନା ପ୍ରକାଶ କରିଛନ୍ତି ।
ତାଙ୍କର ଲୋକ ପ୍ରିୟତାରେ ଇର୍ଷାନ୍ୱୀତ ହୋଇ ଯେଉଁମାନେ ଏଭଳି ଅପପ୍ରଚାରରେ ଲିପ୍ତ ଅଛନ୍ତି ସେମାନେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ ରହିଛି । ତାଙ୍କ ରାଜନୈତିକ ପଦବୀ ପ୍ରତି ମଧ୍ୟ ସେମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେଣୁ ନୈତିକତା ଦୃଷ୍ଟିରୁ ଓ ଦଳର ସର୍ବମାନୀୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମ୍ମାନକୁ ଗୁରୁତ୍ୱ ଦେଇ ବିଜୁ ଯୁବ ଜନତା ଦଳ ଡମପଡ଼ା ଶାଖା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ଜେନା ଲିଖିତ ବିବୃତିରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ଦଳର ଜଣେ ସାଧାରଣ ସଂଗଠକ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
No Result
View All Result