No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) କଟକ :- ବିଚାରଧୀନ ଭିଜଲାନ୍ସ ମାମଲାର ଚୁଡାନ୍ତ ଫଳାଫଳ ଉପରେ ଆବେଦନ କାରୀଙ୍କୁ ପ୍ରଦାନ କରାଯିବାକୁ ଥିବା ପଦୋନ୍ନିତର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି । ଏଣିକି ଭିଜିଲାଲ୍ସରେ ମାମଲା ବିଚରାଧୀନ ରହିଲେ ତାହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାଧକ ହେବନି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛି । ଏଭଳି ମାମଲାର କେବେ ଅନ୍ତ ଘଟିବ ତାହା ଜଣାନଥିବାରୁ ଏଥିପାଇଁ ସଂପୂକ୍ତ କର୍ମଚାରୀ ଅଥବା ଅଧିକାରୀଙ୍କ ପଦୋନ୍ନିତ ଉପରେ କୌଣସି କଟକଣା ନରଖିବା ପାଇଁ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଡକ୍ଟର ବିଆର ଷଢ଼ଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।
ମାମଲାର ଆବେଦନକାରୀ ଓଏସ୍ ଅଫିସର୍ ଡକ୍ଟର ଏସ୍.ବାରିକଙ୍କୁ ପଦୋନ୍ନିତ ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସଚିବ,ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ତାଙ୍କ ଠାରୁ ଅଧିକ ଓ ସମାନ ବ୍ୟାଚ ଙ୍କୁ ପ୍ରଦାନ କରାଯାଇଥିବା ପଦୋନ୍ନିତ ତାରିଖ ଆଧାରରେ ଡକ୍ଟର ବାରିକଙ୍କୁ ତାଙ୍କର ପଦବୀ ପ୍ରଦାନ କରାଯିବ । ଅପରପକ୍ଷରେ ବିଚାରଧୀନ ଭିଜଲାନ୍ସ ମାମଲାର ଚୁଡାନ୍ତ ଫଳାଫଳ ଉପରେ ଆବେଦନକାରୀଙ୍କୁ ପ୍ରଦାନ କରାଯିବାକୁ ଥିବା ପଦୋନ୍ନିତର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି ।
ଡକ୍ଟର ବାରିକଙ୍କ ବିରୋଧରେ ୨୦୦୬ ରୁ ଭିଜଲାନ୍ସ ମାମଲା ବିଚାରଧୀନ ଥିବା ବେଳେ ତାଙ୍କୁ ଏଥିପାଇଁ କୌଣସି ପଦୋନ୍ନିତ ଦିଆଯାଉ ନାହିଁ । ୨୦୦୬ ଭିଜଲାନ୍ସ ମାମଲାରେ କଟକ ସ୍ୱତନ୍ତ୍ର ଭିଜଲାନ୍ସ ଅଦାଲତରେ ୨୦୧୦ରେ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଥିଲା । କିନ୍ତୁ ଦୀର୍ଘ ୧୫ ବର୍ଷ ହେଲା ମାମଲା ଚାଲିଥିଲେ ବି ଡକ୍ଟର ବାରିକଙ୍କୁ ପଦୋନ୍ନିତ ଦିଆଯାଉନଥିଲା । ଡକ୍ଟର ବାରିକ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସକେ ଦାସ ମାମଲା ପରିଚାଳନା କରୁଥିଲେ ।
No Result
View All Result