No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ରାୟଗଡ଼, ଗଜପତି :- ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁରୁ ପଂଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଗଜପତି ଜିଲ୍ଲା ବି ଜେ ଡି ଆହ୍ୱାନ କ୍ରମେ ରାୟଗଡ଼ ବି ଜେ ଡି ଦଳ ପକ୍ଷରୁ ଏକ କାର୍ଯ୍ୟକର୍ତା ମାନଙ୍କୁ ନେଇ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟ ବେକ୍ଷକ ବିଧାୟକ ଅତୁନ ସବ୍ୟସାଚୀଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ବ୍ରହ୍ମପୁରୁ ସାଂସଦ ଚନ୍ଦ୍ର ଶେଖର ସାହୁ, ହାଇଟେକ ଗ୍ରୁପ ଅଧକ୍ଷ ତିରୁପତି ପାଣିଗ୍ରାହୀ,କରୋନା କଟକଣା ଯୋଗୁଁ ସୀମିତ ତୃଣମୂଳ ସ୍ତର ର ନେତୃବୃନ୍ଦ ନିମଂତ୍ରଣ କରାଯାଇଥିଲା !

ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ପ୍ରମୁଖ ଏଜେଣ୍ଡା ରହିଥିଲା ଏବଂ ବିଭିନ୍ନ ପଂଚାୟତ ର ବିଜେଡି ସରପଞ୍ଚ, ସମିତିସଭ୍ୟ ସେମାନେ ଉପସ୍ଥିତ ରହି ମତ ଉପସ୍ଥାପନା କରିଥିଲେ ! ଜିଲ୍ଲା ବି ଜେ ଡି ସଭାପତି ପ୍ରଦୀପ ନାୟକ, ମହିଳା ସଭାନେତ୍ରୀ ପୂର୍ଣ୍ଣ ବାସୀ ନାୟକ,ବ୍ଲକ ଅଧକ୍ଷ୍ୟ ଧନେଶ୍ୱର ଭୂୟାଁ, ଜିଲ୍ଲା ପରିଷଦ ଉପାଧକ୍ଷ ଆର -ବିଜୟ କୁମାର, ବ୍ଲକ ବି ଜେ ଡି ସଭାପତି, ଯୁବ ସଭାପତି,ସ୍ଥାନୀୟ ଦଳୀୟ କାର୍ଯକର୍ତ୍ତା ଉପସ୍ଥିତ ଥିଲେ ଜିଲ୍ଲା ପ୍ରଭାରୀ ଅତୁନ ସବ୍ୟସଚୀ ନାୟକ ଉପସ୍ଥିତ କର୍ମୀ ମାନଙ୍କୁ ପଂଚାୟତ ନିର୍ବାଚନ ରେ ବି ଜେ ଡି ଦଳ କିଭଳି ସଫଳତା ହାସଲ କରିପାରିବ ସେ ନେଇ ପରାମର୍ଶ ଦେଇଥିଲେ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result