No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଏଫ୍ଏସ୍ଏନ୍ ଇ-କମର୍ସ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ (ନାଇକା) ପକ୍ଷରୁ ଇନସିଆଲ ପବ୍ଲିକ୍ ଅଫର (ଆଇପିଓ) ଆଣିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସପେକ୍ଟସ୍ (ଡିଏଚ୍ଆର୍ଏଫ୍) ଦାଖଲ କରାଯାଇଛି । ନାଇକା ପକ୍ଷରୁ ବିଉଟି, ପର୍ସନାଲ କେୟାର, ଫେସନ ଉତ୍ପାଦ ଆଦି ବିକ୍ରି କରାଯାଉଛି । ଏହାର ନିଜସ୍ୱ ଉତ୍ପାଦନ କାରଖାନା ଥିବା ବେଳେ ଦୁଇଟି ବ୍ୟବସାୟ ରହିଛି । ତାହା ହେଉଛି ନାଇକା ଓ ନାଇକା ଫେସନ । ଆଇପିଓରେ କଂପାନି ତରଫରୁ ୫,୨୫୦ ନିୟୁତ ଟଙ୍କା ମୂଲ୍ୟର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଏହି ଅଫରରେ ୪୩,୧୧୧,୬୭୦ ଇକ୍ୱିଟି ସେୟାର ବିକ୍ରି ଲାଗି ଉପଲବ୍ଧ ରହିବ । ଏହି ଅଫରରେ କର୍ମଚାରୀ ମାନଙ୍କ ଲାଗି କିଛି ସେୟାର ସଂରକ୍ଷିତ ରହିବ । ଟିପିଜି ଗ୍ରୋଥ ଓ ଲାଇଟହାଉସ୍ ଫଣ୍ଡସ୍ ଭଳି କିଛି ପ୍ରାଇଭେଟ୍ ଇକ୍ୱିଟି ନିବେଶକ, କିଛି ବ୍ୟକ୍ତିଗତ ଅଂଶଧନକାରୀଙ୍କ ଲାଗି କିଛି ସେୟାର ସଂରକ୍ଷିତ ରହିବ ।
ଜଣେ ପ୍ରମୋଟର କିମ୍ବା ପ୍ରମୋଟର ଗ୍ରୁପ୍ ସଂସ୍ଥା ଏହି ଅଫରରେ କିଛି ସେୟାର ବିକ୍ରି କରିବେ । ତେବେ ସେହି ରାଶି ପ୍ରମୋଟର କିମ୍ବା ପ୍ରମୋଟର ଗ୍ରୁପ୍ର ମୋଟ ଅଂଶଧନର ୨%ରୁ କମ୍ ରହିବ । ସେମାନଙ୍କ ପାଖରେ କଂପାନିର ୫୧%ରୁ ଅଧିକ ଅଂଶଧନ ରହିବ । ନୂଆ ପିଢ଼ିର ଇଟଂରନେଟ୍ କଂପାନି ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ବାର୍ଷିକ ୫୭% ଅଭିବୃଦ୍ଧି ହାସଲ କରିଛି ଏବଂ ୨୦୧୯-୨୦-୨୦୨୦-୨୧ରେ ୪୮% ଅଭିବୃଦ୍ଧି ହାସଲ କରିଛି । କିଛି ହାତ ଗଣତି ନୂଆ କଂପାନି ମଧ୍ୟରୁ ଏହା ହେଉଛି ଏକ ଲାଭଜନକ କଂପାନି । ବିଗତ ୩ ବର୍ଷ ଧରି କଂପାନି ଇବିଆଇଟଟିଡିଏ ଯୁକ୍ତାତ୍ମକ ରହିଛି । ଏହି ଆଇପିଓରେ କଂପାନିର ମୂଲ୍ୟ ୫-୫.୫ ବିଲିଅନ ଡଲାର ରହିବ ବୋଲି ଧାର୍ଯ୍ୟ କରାଯାଇଛି । ଏହି ଆଇପିଓ ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ଓ ବିଶ୍ୱସ୍ତରୀୟ ସଂଯୋଜକ ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍, ମୋର୍ଗାନ୍ ଷ୍ଟାନଲି ଇଣ୍ଡିଆ କଂପାନି ପ୍ରାଇଭେଟ୍ ଲିମିଟେଡ୍ । ବିଓଏଫ୍ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍, ସିିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଏବଂ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ।
No Result
View All Result