No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ବରଗଡ଼ :- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁ ବିଭାଗ ଟେକନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୨୫ କୋଟି ଟଙ୍କା ର ସ୍ଥାବର ଅବସ୍ଥାର ସମ୍ପତ୍ତି ଠାବ କରିଥିବା କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ରେ ସୂଚିତ କରିଛନ୍ତି।
ଜଣେ ଡିଏସପି ଙ୍କ ନେତୃତ୍ବରେ ତିନୋଟି ଦଳ ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ ଷ୍ଟାଫ୍ ଶ୍ରୀ ପ୍ରଧାନ ଙ୍କ ପଦ୍ମପୁର ଉପଖଣ୍ଡ ମାରୁତି ନଗର ଏବଂ ଟାଲ ଗ୍ରାମ ସ୍ଥିତ ତାଙ୍କ ପୈତୃକ ବାସ ଭବନ ରେ ଏକା ସାଙ୍ଗରେ ଚଢ଼ାଉ କରିଥିଲେ। ବିଭାଗ ପକ୍ଷରୁ ସୂଚିତ ବାର୍ତ୍ତା ରେ ଦୁଇଟି ଦୁଇ ମହଲା କୋଠାଘର ସୋହେଲା ଏବଂ ପଦ୍ମପୁର ରେ ଥିବା ବେଳେ ୪ଟି ମୂଲ୍ୟବାନ ପ୍ଲଟ ପଦ୍ମପୁର ଓ ଟାଲ ରେ ରହିଛି। ସେହିପରି ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ ରହିଛି। ସମ୍ପତ୍ତି ର ଆନୁମାନିକ ମୂଲ୍ୟ ୧.୨୫ କୋଟି ଟଙ୍କା ବୋଲି ଜଣାପଡ଼ିଛି। ତଦନ୍ତ ଜାରି ରହିଛି। (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ)
No Result
View All Result