No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର )ପାଟଣାଗଡ଼ :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଶ୍ରୀ ସୀମାଞ୍ଚଳ ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏବଂ ଏକାଉଣ୍ଟ ଅଫିସର ଲକ୍ଷଣ ଚୋରଣ ଟୁଡୁଙ୍କ ଆଜି ଏଠାରେ କାର୍ଯ୍ୟରତ ଅଫିସରଙ୍କୁ ମୋହନା ବ୍ଲକକୁ ବଦଳି ହୋଇଥିବା ଯୋଗୁଁ ଶ୍ରୀ ଲକ୍ଷ୍ମଣଙ୍କୁ ବିଦାୟ ସମ୍ବର୍ଦ୍ଧନା କରିବା ସହ ଆଉ ଏକ ଅଧିକାରୀ ବିଏସ୍ଏସ୍ ଏଲ ସନ୍ତୋଷ କୁମାରଙ୍କ ପଦୋନ୍ନତି ହେଇଛି ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବଦଳି ହେଇଛନ୍ତି ଏହି ତିନି ନିଷ୍ଠାପର ବ୍ୟକ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହ ଏଠାରେ ୫ ବର୍ଷ ଧରି କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଅଭାବକୁ ବ୍ଲକବାସୀ ଅନେକ ପରିମାଣରେ ମନେ ପକାଇବା ସହ ସେ ଜଣେ ମାର୍ଗଦର୍ଶକ ଥିଲେ ବୋଲି ବିଡିଓ କହିଛନ୍ତି ।

ଏପିଓଙ୍କ କହିବା ଅନୁଯାୟୀ ଶ୍ରୀ ଲକ୍ଷ୍ମଣ ଜଣେ ଶାନ୍ତ,ସରଳ,ନମ୍ର ଓ ପ୍ରତିକୁଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାରେ ସଫଳ ରୂପାୟନ କରୁଥିଲେ । ଦିବାକର ମହାପାତ୍ର କହିଛନ୍ତି ଯେ ଶ୍ରୀ ସନ୍ତୋଷ କୁମାର ଜଣେ ଗୁମା ବ୍ଲକର ବିଶ୍ୱକର୍ମା ଥିଲେ ତାଙ୍କ ଚେଷ୍ଟାରେ ଅନେକ ଅସୁବିଧା ସମୟରେ ସେ ଦାୟିତ୍ୱ ତୁଲାଉଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ଗିତାଞ୍ଜଳି ଭୂୟାଁ,ବିଡ଼ିଓ ନଟବର ଗରଡ଼ା,ଏଇଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଏପିଓ ସମୟ ସୁଧାକର ତ୍ରିପାଠି,କିରାଣୀ ଦିବାକର ମହାପାତ୍ର,ବ୍ଲକର ସମସ୍ତ ଜେଇ,ସମସ୍ତ ପଞ୍ଚାୟତର ପିଇଓମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଦିବାକର ମହାପାତ୍ର ପରିଚାଳନା କରିଥିଲେ ।(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result