No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ପାରଳଖେମୁଣ୍ଡି :- ରଜ୍ୟଓକେନ୍ଦ୍ର ସରକାର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି ହେଲେ ରାୟଗଡ ଠାରେ ଏହିଯୋଜନାରେକାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ଗଜପତି ଜିଲା ରାୟଗଡ ବ୍ଲକ ସଦରମହକୁମା ରାୟଗଡ଼ ଠାରେ ତୋଫାନ ପାସ୍ପୁରେଡି (୩୫) ନାମକ ଜଣେ ବ୍ୟକ୍ତି ନିଜ ବାସଗୃହ ନ ଥିବା ହେତୁ ଦୁଇ ସନ୍ତାନକୁ ଧରି ରାୟଗଡ ମୁଖ୍ୟ ସଡକ ସ୍ଥିତ ଯାତ୍ରୀ ବିଶ୍ରାମଗାରରେ ରହି କୁଲି ନାଲି କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ତାଙ୍କ ଧର୍ମ ପାତ୍ନୀଙ୍କ ୨୦୧୫ ମସିହାରେ ନିଧନ ହେବାପରେ ଦୁଇ ପୁତ୍ର ମୁନା ପସ୍ପୁରେଡି (୧୪), ସୁନିଲ ପସ୍ପୁରେଡି (୧୨) ଙ୍କ ସହିତ ଉକ୍ତ ଯାତ୍ରୀ ବିଶ୍ରାମଗାରରେ ରହି ଆସୁଥିଲେ କିନ୍ତୁ ତୋଫାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହେବହେତୁ ତାଙ୍କ ପକ୍ଷରେ ଅଉ କୁଲି ମଜୁରୀ କରିବାପାଇଁ ସମ୍ଭବ ହୋଇ ପାରିଲା ନାହିଁ ତେଣୁ ସେ ଭିକ୍ଷା କରି ପରିବାର ଗୁଜୁରାଣ କରୁଥିଲେ ହେଲେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ମୃତ ଦେହ ସେମିତି ଯାତ୍ରୀ ବିଶ୍ରାମଗାରରେ ପଡ଼ି ରହିଥିଲା ଶବ ସତ୍କାର କରିବା ପାଇଁ ତାଙ୍କ ଦୁଇ ପୁଅ ପାଖରେ କିଛି ଅର୍ଥ ନଥିଲା କୋଣସି ରାଜନେତା କିଅବା ସରକାରୀ ଅଧିକାରୀ କାହାରି ଦେଖା କି ସାହାଯ୍ୟ ମିଳିନଥିଲା । ଦୁଇ ପୁଅର ଆକୁଳ କାନ୍ଦ ବୋବାଳିରେ ରାୟଗଡର ସମାଜସେବି ମାନେ ଏକତ୍ରିତ ହୋଇ ଘର ଘର ବୁଲି ଚାନ୍ଦା ଆଦାୟ କରି ରୀତି ନୀତି ଅନୁସାରେ ଶବ ସତ୍କାର କରିଥିବା ଦେଖିବାକୁ ମିଳିଥିଲା । ତେବେ ରାୟଗଡ ପଞ୍ଚାୟତ ସ୍ତରରେ ହରିଶ୍ଚନ୍ଦ୍ର ଯୋଜନା ସମ୍ପୂର୍ଣ ଭାବେ ଫେଲ ମାରିଥିବା ତୋଫାନଙ୍କ କ୍ଷେତ୍ରରୁ ସ୍ୱସ୍ଟ ଅନୁମେୟ । ତେବେ ମା ବାପ ଛେଉଣ୍ଡ ଅନାଥ ଦୁଇ ସନ୍ତାନଙ୍କୁ ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକ ଘୋଷଣାକରିଥିବାଆଶିର୍ବାଦଯୋଜନାରେ ଜିଲ୍ଲାପ୍ରଶାସନ ଥଇଥାନ କରିବାସହ ବେସାହାରା ହୋଇପଡ଼ିଥିବା ଦୁଇ ସନ୍ତାନକୁ କୌଣସି ଆଶ୍ରମ ରଖିସେମାନଙ୍କୁବିଦ୍ୟାଳୟରେ ପାଠପଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏଠକାର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result