No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର ) ଭୁବନେଶ୍ୱର :- ସଡ଼କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ ସହରର ଲୋକମାନଙ୍କ ମଧ୍ୟରେ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ଜାଗ୍ରତ କରିବା ଲାଗି ହୋଣ୍ଡା ମୋଟର୍ସାଇକଲ୍ ଇଣ୍ଡିଆ ଓ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଆଞ୍ଚଳିକ ପରିବହନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର-୨ରେ ଶ୍ରୀଯୁକ୍ତ ବିରଂଚି ନାରାୟଣ ଅଧିକାରୀଙ୍କ ଉପସ୍ଥିତିରେ ଡିଜିଟାଲ୍ ମାଧ୍ୟମରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ସ୍ଥାପନ କରାଯାଇଥିବା ଟ୍ରାଫିକ୍ ଟ୍ରେନିଂ ପାର୍କର ସାତ ଗୌରବମୟ ବର୍ଷ ପାଳନ କରାଯାଇଛି । ୨୦୧୪ରେ ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ମୋଟ୍ ଯାନ ବିଭାଗ ସହଯୋଗିତାରେ ପୂର୍ବ ଭାରତର ପ୍ରଥମ ଟ୍ରାଫିକ୍ ଟ୍ରେନିଂ ପାର୍କକୁ ଭୁବନେଶ୍ୱରରେ ଉଦ୍ଘାଟନ କରାଯାଇଥିଲା । ଏଥିରେ ଟ୍ରାଫିକ୍ ସିଗ୍ନାଲ୍, ଜେବ୍ରା କ୍ରସିଂ ଏବଂ ସ୍ପିଡ୍ ବ୍ରେକର୍ ଇତ୍ୟାଦି ଭଳି ସୁବିଧା ରହିଛି । ପ୍ରତି ବୟସ ବର୍ଗ ପାଇଁ ଦୈନିକ ପ୍ରଶିକ୍ଷଣ ହିସାବରେ ଏହି ଟ୍ରାଫିକ୍ ଟ୍ରେନିଂ ପାର୍କ ଆରମ୍ଭ ହେବା ଦିନ ଠାରୁ ୨ ଲକ୍ଷ ଶିଶୁ ଓ ପ୍ରାପ୍ତବୟସ୍କଙ୍କୁ ସଚେତନ କରାଯାଇଛି ବୋଲି ଏଚ୍ଏମ୍ଏସ୍ଆଇ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ବିରଂଚି ନାରାୟଣ ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକରୀ, ଭୁବନେଶ୍ୱର-୨ କହିଛନ୍ତି ଯେ, “ଆମ ପାଇଁ ସଡ଼କ ଦୁର୍ଘଟଣାରେ ହେଉଥିବା ଆଘାତକୁ ହ୍ରାସ କରିବା ହେଉଛି ତତ୍କାଳ ପ୍ରାଥମିକତା । ଓଡ଼ିଶା ମୋଟର ଯାନ ବିଭାଗ ସଡ଼କ ସୁରକ୍ଷାର ସମସ୍ତ ଚାରିଟି ଇ ଯଥା କ୍ରିୟାନ୍ୱୟନ, ଜରୁରୀକାଳିନ ସ୍ଥିତି, ଇଞ୍ଜିନିୟରିଂ ଓ ଜରୁରୀକାଳୀନ ସେବା ସଚେତନତା,

ସଡ଼କ ସଙ୍କେତ ଓ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ଆଦି ଉପରେ କାର୍ଯ୍ୟ କରୁଛି ଯଦ୍ୱାରା ଆମେ ସବୁ ପ୍ରକାର ସଡ଼କ ବ୍ୟବହାରକାରୀଙ୍କ ଲାଗି ସୁରକ୍ଷାର ଏକ ସଂସ୍କୃତି ସୃଷ୍ଟି କରିପାରିବା-ସେ ଗାଡ଼ି ପଛ ପାଶ୍ୱର୍ରେ ବସୁଥିବା ଲୋକ ହୁଅନ୍ତୁ କିମ୍ବା ଜେବ୍ରା କ୍ରସିଂ ଅତିକ୍ରମ କରୁଥିବା ଶିଶୁ । ସାତ ବର୍ଷ ପୂର୍ବେ ଓଡ଼ିଶା ମୋଟର ଯାନ ବିଭାଗ ପକ୍ଷରୁ ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ସଡ଼କ ସୁରକ୍ଷା ସଚେତନତା ଆଗକୁ ବଢ଼ାଇବା ଲାଗି ଭୁବନେଶ୍ୱରରେ ଟ୍ରାଫିକ୍ ପାର୍କ ଉଦ୍ଘାଟନ କରାଯାଇଛି । ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ସହ ଏହାର ସପ୍ତମ ବର୍ଷ ପୂର୍ତି ପାଳନ କରୁଥିବା ଆମେ ଉଲ୍ଲସିତ ଏବଂ ସହରରେ ସୁରକ୍ଷିତ ଗାଡ଼ି ଚାଳନା ସଂସ୍କୃତି ବ୍ୟାପକ କରିବା ଲାଗି ଆମେ ଚାହିଁରହିଛୁ ।’’ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାପତି, ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍, ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ସବୁ ବୟସ ବର୍ଗର ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବାକୁ ଆମେ ଏଚ୍ଏମ୍ଏସ୍ଆଇରେ ପ୍ରାଥମିକତା ଦେଉଛୁ । ସାତ ବର୍ଷ ପୂର୍ବେ ଆମେ ଭୁବନେଶ୍ୱରରେ ଟ୍ରାଫିକ୍ ଟ୍ରେନିଂ ପାର୍କ ପ୍ରକଳ୍ପ ଆରମ୍ଭ କରିଥିଲୁ । ଆଜି ଆମେ ଅତ୍ୟନ୍ତ ଖୁସିର ସହ ଜଣାଉଛୁ ଯେ ଆମେ ଏହି ସହରରେ ପାଞ୍ଚ ବର୍ଷର ପିଲା ଯେଉଁମାନେ ଭବିଷ୍ୟତର ଚାଳକ ହେବେ ସେମାନଙ୍କ ଠାରୁ ଆରମ୍ଭ କରି ଗାଡ଼ି ଚଲାଉଥିବା ଲୋକ ଏବଂ ମହିଳା ଚାଳକମାନଙ୍କୁ ସଶକ୍ତ କରି ସେମାନଙ୍କୁ ସ୍ୱାଧୀନ ଚାଳକରେ ପରିଣତ କରିବା ଲାଗି ସହରରେ ଆମେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦେଇଛୁ । ସହରରେ ସ୍ୱାସ୍ଥ୍ୟକର ସଡ଼କ ସୁରକ୍ଷା ଅଭ୍ୟାସ ସୃଷ୍ଟି କରିବା ଲାଗି ନିରନ୍ତର ସହଯୋଗ ଜାରି ରଖିଥିବାରୁ ଆମେ ଓଡ଼ିଶା ମୋଟର ଯାନ ବିଭାଗକୁ ଧନ୍ୟବାଦ ପ୍ରଦାନ କରୁଛୁ । ଭବିଷ୍ୟତରେ ମଧ୍ୟ ଆମେ ସଡ଼କରେ ଭୁବନେଶ୍ୱର ନାଗରିକଙ୍କୁ ସୁରକ୍ଷିତ ରଖିବା ଜାରି ରଖିବୁ ।’’
No Result
View All Result