No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଓ ରାୟଗଡଜିଲ୍ଲାର ସୀମାନ୍ତରେ ଗଜପତିଜିଲ୍ଲାର ମୋହନା ରୁ ରାଇପଙ୍କା ଯିବ ରାସ୍ତାରେଏକ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା l ଏହି ବାଘ କୁ ନେଇ କେହି କେହି ଏହା ମହାବଳ ବାଘ କହୁଥିବା ବେଳେକେହି କେହି ଏହାକୁ କଲରାପତରିଆ ବାଘ ବୋଲି କହୁଛନ୍ତି l ଏଠାରେ ସୂଚନା ଯୋଗ୍ୟ ଏହିକି ଯେ ଦୁଇ ଜିଲ୍ଲାର ମଧ୍ୟ ଭାଗରେ ମାନେ ମୋହନାଏବଂ ରାଇପଙ୍କା ରାସ୍ତା ଉପରେ ଏହିବାଘଟି ଦେଖା ଯାଇଥିଲା । ପ୍ରଥମେ ଏକ ମହାବଳ ବାଘ ବୋଲି ଚର୍ଚ୍ଚା ହେଲା ।

୨୦୧୮ ବାଘ ଗଣନା ଅନୁଯାୟୀ ଓଡ଼ିଶାରେ ବାଘ ନଥିବା ବନ ବିଭାଗ ପକ୍ଷରୁ ସୂଚନା ଦେଇଥିଲେ । କେହି କେହି ଚିତା ବାଘ ବୋଲି କହୁଥିବା ବେଳେ ଆଉକିଛି ବ୍ୟକ୍ତି କଲରା ପତ୍ରିଆ ବାଘ ବୋଲି କହିବା ଜଣା ଯାଉଛି। ସେ ଯାହା ହେଉନା କାହିଁକି ଯାତ୍ରୀମାନେ ନିଜନିଜ କାରରେ ରହି ଦେଖିବା ସହ କିଛି ଯାତ୍ରୀ ମାନେ ନିଜ ନିଜର କାର ରେ ରହି ଫୋଟ ଉଠାଇ ଥିଲେ । କିଛି ସମୟ ଧରି ଏହି ରାସ୍ତାରେ ଗାଡି ଚଳା ଚଳ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ଏଅଞ୍ଚଳରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟଖେଳାଇ ଦେଇଛି l (ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result