No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ମାନେ ରାଇପଙ୍କା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମାଣ୍ଡିମେରା ପଞ୍ଚାୟତ ଅଧିନ ଜାଙ୍ଗୁଡ଼ି ଠାରେ ପୁଲିସ ଗାଡିକୁ ଦେଖି ଏକ ଅଟୋ ଚାଳକ ଗାଡି ନଂ (ଏପି ୩୫ ଏକ୍ସ୧୫୦୭) କୁ ଛାଡି ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା । ପୁଲିସ ଅଟୋକୁ ଯାଞ୍ଚ କରିବା ବେଳେ ଗାଡି ଭିତରେ ୨ଟି ଜରି ବସ୍ତାରେ ଗଞ୍ଜେଇ ରହିଥିଲା ।
ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ତାହା ୬୬ କିଲୋ ହେଇଥିଲା । ରାଇପଙ୍କା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହୀତ ହୋଇ ରାୟଗଡ଼ା ଜିଲ୍ଲା ଆଡକୁ ଯାଉଥିଲା ଏବଂ ଅଟୋ ଜବତ ହେବା ସହ ତଦନ୍ତ ଜାରୀ ରହିଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result