No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବାଙ୍କୀ :- ଓଡ଼ିଶାର ପ୍ରଖ୍ୟାତ ସାମ୍ବାଦିକ, ସମାଜ ସଂସ୍କାରକ ଓ ପ୍ରଥମ ନୈଶ୍ୟ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୮ତମ ଶ୍ରାଦ୍ଧ ଦିବସ ତାଙ୍କ ଜନ୍ମମାଟି ବାଙ୍କୀ ବୈଦ୍ୟେଶ୍ୱର ଗ୍ରାମ ଠାରେ ଆଜି ସକାଳେ ପାଳିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ସାରଥି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ବିନ୍ଧାଣୀ ଭାବେ ପଣ୍ଡିତ ବିଦ୍ୟାରତ୍ନ ନିଜର ପଦ ଚିହ୍ନ ଛାଡିଯାଇଛନ୍ତି, ଯାହାକି ଆଗାମୀ ପୀଢ଼ିକୁ ମାର୍ଗ ଦର୍ଶନ କରିବ ବୋଲି ବକ୍ତାମ।ମାନେ ମତ ପ୍ରକାଶ କରିଥିଲେ । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓଡ଼ିଶାର ଜଣେ ପ୍ରଖ୍ୟାତ ସାମ୍ବାଦିକ ଓ ବିଭିନ୍ନ ପତ୍ରିକା ଯଥା ଉତ୍କଳ ହିତୈଷେଣୀ,ଗଞ୍ଜାମ ଗୁଣ ଦର୍ପଣ, ଉତ୍କଳ ମଧୁପ ଆଦି ବହୁ ପତ୍ରପତ୍ରିକାର ସଂପାଦନା କରି ସାରା ଓଡ଼ିଶାରେ ଘରେ ଘରେ ପରିଚିତ । ବିଦ୍ୟାରତ୍ନଙ୍କ ଜନ୍ମମାଟି ବାଙ୍କୀ ବ୍ଲକଅନ୍ତର୍ଗତ ବୈଦ୍ୟେଶ୍ୱର ଠାରେ ଶ୍ରାଦ୍ଦ ଦିନ ପାଳନ ଅବସରରେ ବୈଦ୍ୟେଶ୍ୱର ଛକ ଓ ତାଙ୍କ ବାସଭଭବନ ଠାରେଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଉକ୍ତକାର୍ଯ୍ୟକ୍ରମରେ ସମାଜସେବୀ ସୁରଞ୍ଜନ ପଣ୍ଡା, ବାଙ୍କୀ ପୂଜ୍ୟପୂଜା ସୁରକ୍ଷା ଅଭିଯାନ ସମିତିର ସଭାପତି ସୁନୀଲ ମିଶ୍ର, ସମାଜସେବୀ କମଳକାନ୍ତ ପ୍ରହରାଜ, କବି ରବିନାରାୟଣ ମଙ୍ଗରାଜ, ଯୁବପ୍ରତିଭା ଧନେଶ୍ୱର ବଳିୟାର ସିଂହ, ବିଦ୍ୟାରତ୍ନଙ୍କ ନାତି ଅରୁଣ କୁମାର ମିଶ୍ର, ପ୍ରେମାନନ୍ଦ ବେହେରା, ଅମ୍ଳାନ ମିଶ୍ର ପ୍ରମୁଖ ଯୋଗଦାନ କରି ବିଦ୍ୟାରତ୍ନଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନକରିଥିଲେ ।ସେହିପରିବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୮ତମ ଶ୍ରାଦ୍ଧ ଦିବସ ବାଙ୍କୀ ଉପଜିଲ୍ଲାପାଳ କର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି ସେଠାରେ ଥିବା ପଣ୍ଡିତ ବିଦ୍ୟାରତ୍ନ ଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା ,
ଅଧ୍ୟାପକ ସତ୍ୟଜିଦ ଦାସ୍, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରପାଠୀ, ପ୍ରକୃତି ବନ୍ଧୁ ଦୀପକ ସାମନ୍ତରାୟ ପ୍ରମୁଖ ଯୋଗଦାନ କରି ପଣ୍ଡିତ ବିଦ୍ୟାରତ୍ନଙ୍କ ଅବଦାନ ସଂମ୍ପର୍କରେ ଆଲୋକପତ କରିବା ସହିତ ସ୍ମୃତିଚାରଣ କରିଥିଲେ ।ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ବାଙ୍କୀ ଉପଜିଲ୍ଲାପାଳ କାର୍ଯ୍ୟାଲୟ ଠାରେ ଉପଖଣ୍ଡ ସୂଚନା ଅଧିକାରୀ କାଳୀ ପ୍ରସାଦ ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା।ବାଙ୍କୀ ସ୍ୱଂୟଶାସିତ ମହାବିଦ୍ୟାଳୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ୯୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଡ.ଅରୁଣ କୁମାର ବେହେରା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଭୁବନେଶ୍ୱର ଜୟଦେବ ବିହାର ଛକ ରେ ଥିବା ନୀଳମଣି ଙ୍କ ପୂର୍ଣ୍ଣାଙ୍ଗ ମୃତ୍ତି ରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ନୀଳମଣି ଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ଅବଗତ କରିଥିଲେ।ସେହିପରି ଆନ୍ତରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ପକ୍ଷରୁ ବମଣ୍ଡା ଠାରେ ନୀଳମଣି ଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଉପସଭାପତି ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ଜୁମ ଆପ ମାଧ୍ୟମରେ ପରିଚାଳନା କରି ବମଣ୍ଡା ରାଜା ଙ୍କ ପାଖରେ କାର୍ଯ୍ୟ କରିଥିବା ସମୟରେ ସମ୍ବଲପୁର ହୈତୈଷୀ ରଚନା କରିଥିଲେ ତାହା ଓଡିଆ ସାହିତ୍ୟ ର ମୂଳ ପିଣ୍ଡ ବୋଲି ପ୍ରକାଶ କରିଥିଲେ।ରାଜ୍ୟ ସରକାର ଙ୍କ ପକ୍ଷରୁ ଆଜି ମଧ୍ୟ ନୀଳମଣି ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।
No Result
View All Result