No Result
View All Result
x. ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ୨୦୨୧ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ
x. ୟୁଜିର ବ୍ୟାକ୍ପେପର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ୨୦୨୧, ସେପେଫମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ
x. ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ୨୦୨୧ ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ
x. ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରୁ ସେପେଫମ୍ବର ୧ ତାରିଖ ମଧ୍ୟରେ ହେବ ଦ୍ଧ ପିଜି ଶ୍ରେଣୀରେ ନାମଲେଖା ୨୦୨୧ ଅକେଫାବର ୧୫ ତାରିଖରୁ ଆରମ୍ଭ ହେବ ।

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :– ୨୩ ଜୁଲାଇ, ୨୦୨୧ ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ୨୦୨୧ ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍ପେକର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ୨୦୨୧, ସେପେଫମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ୨୦୨୧ ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଏଥି ସହିତ ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରୁ ସେପେଫମ୍ବର ୧ ତାରିଖ ମଧ୍ୟରେ ଶେଷ କରାଯିବ । ପିଜି ଶ୍ରେଣୀରେ ନାମଲେଖା ୨୦୨୧ ଅକେଫାବର ୧୫ ତାରିଖରୁ ଆରମ୍ଭ ହେବ । ଆଜି ଅନୁଷ୍ଠିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରାଯାଇଛି ।
ଆଜି ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ ରାଜ୍ୟରେ ଏକ ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତି । ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ସଫଳ ରୂପାୟନ ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଦୃଢ଼ ନେତୃତ୍ୱ ଆବଶ୍ୟକ । କୁଳପତିମାନେ କାର୍ଯ୍ୟକ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗୋଟିଏ ଗୋଟିଏ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଡ. ସାହୁ କହିଲେ ଯେ ବିଶ୍ୱବିଦ୍ୟାଳୟ ପରିସରରେ ଶୃଙ୍ଖଳା ରକ୍ଷା କରି ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା କରିବା କୁଳପତିମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ମୁଖ୍ୟ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳଗତ ଭାବେ କାର୍ଯ୍ୟ ସଂପାଦନ କରିପାରିଲେ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ । ବର୍ତ୍ତମାନ ଆମ ରାଜ୍ୟ ବା ଦେଶ ଭିତରେ ଉତ୍ତମ ଶିକ୍ଷାନୁଷ୍ଠାନ ବିଷୟରେ ଚିନ୍ତା ନକରି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । କୋଭିଡ୍-୧୯ ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ ଗତ ବର୍ଷ ୟୁଜି ଓ ପିଜିରେ ଶେଷ ବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା କରାଯାଇଥିଲା ଏବଂ ଚଳିତ ବର୍ଷ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ସଫଳତାର ସହ ସଂପନ୍ନ ହେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକଟ କରିଥିଲେ । ଏଥି ସହିତ କୁଳପତିମାନଙ୍କ ପରାମର୍ଶରେ ୨୦୨୧ ମସିହାର ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ ବୋଲି କହିଥିଲେ ।
ଏଥି ସହିତ ପିଏଚ୍ଡ଼ି ପ୍ରୋଗ୍ରାମରେ ଅହେତୁକ ବିଳମ୍ବକୁ ହ୍ରାସ କରିବା ନିମନ୍ତେ ପିଏଚ୍ଡି ରେଜିଷ୍ଟ୍ରେସନ୍, ପରୀକ୍ଷା ଫଳ ପ୍ରକାଶନ ଏବଂ ମୌଖିକ ପରୀକ୍ଷା ଆଦି କ୍ଷେତ୍ରରେ ସର୍ବାଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ନିମନ୍ତେ ୫-‘ଟି’ କାର୍ଯ୍ୟକ୍ରମ ଆଧାରରେ ସର୍ବୋଚ୍ଚ ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇ-ସ୍ପେସ୍/ଇ-ଡେସ୍ପାଚ୍/ଇ-ଅଫିସ୍ ଆଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ୍, ରେଜିଷ୍ଟ୍ରେସନ୍ ଏବଂ ଅରିଜିନାଲ ସାର୍ଟିଫିକେଟ୍ ଆଦି ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ଉପରେ ମନ୍ତ୍ରୀ ଡ. ସାହୁ ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏବଂ କୁଳପତିମାନେ ଯୋଗଦେଇ ୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ପରିଚାଳନା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ବୈଠକରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
No Result
View All Result