No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ପଞ୍ଚାୟତ ଅଧିନସ୍ଥ ଭିମା ଠାକୁରାଣୀ ମନ୍ଦିର ପରିସରରେ ଥିବା ସରକାରୀ ଜମିକୁ ଘୋଡାପଙ୍କା ଗ୍ରାମର କାମେଲ ନାୟକ ନିଜ ପରିବାର ସହ କୁଡିଆ କରି ସେଠାରେ ଜାଗା ଯବରଦଖଲ କରି ମୂଲ୍ୟବାନ ଗଛ କଟିବା ସହ ଏକ ବନ୍ଧ ଖୋଳି ସେଠାରେ ରହି ଆସୁଥିଲେ । ମନ୍ଦିର କମିଟି ଏବଂ ଗ୍ରାମବାସୀ ଏହାକୁ ବିରୋଧ କରି କାମେଲକୁ ଜାଗା ଛାଡିବା ପାଇଁ ବହୁବାର କହିବା ସତ୍ତ୍ଵେ ସେ ସେଥିରୁ ନିବୃତ ହୋଇନଥିଲେ । ଏଣୁ ଗ୍ରାମବାସୀ ଏକତ୍ରୀତ ହୋଇ ପ୍ଳଟ ନଂ-୬୯୯ ରୁ କାମେଲକୁ ସେଠାରୁ ଉଠାଇବା ପାଇଁ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।
ଏହାକୁ ଭିର୍ତ୍ତି କରି ଗତ ମଙ୍ଗଳବାର ଦିନ ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା ଓ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଅଡବା ଥାନା ଏସଆଇ ରବିନ୍ଦ୍ର କୁମାର ପାତ୍ର, ହୃଷିକେଶ ପଣ୍ଡା ଏବଂ କର୍ମଚାରୀ ଘଟଣାସ୍ଥଳକୁ ଯାଇ କାମେଲ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ସରକାରୀ ନିୟମ ଅନୁଯାୟୀ ଜମିହୀନଙ୍କୁ ଜମି ଯୋଗାଇ ଦିଆଯାଉଥିବା ଯୋଜନାରେ ପୂର୍ବରୁ କାମେଲକୁ ଜମି ଯୋଗାଇ ଦିଆଯାଇଥିବା ଜଣାପଡିଥିଲା । ତେଣୁ ଘଟଣାର ସତ୍ୟାସତ୍ୟ ଜାଣିବାପରେ କାମେଲକୁ ଉକ୍ତ ସ୍ଥାନ ତୁରନ୍ତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ତହସିଲଦାର ସୂଚନା ଦେଇଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result