No Result
View All Result
ଓଡ଼ିଶା ତାଜାନ୍ୟୁଜ (୨୧ ଜୁଲାଇ,ବୁଧବାର ) ପାରଳାଖେମୁଣ୍ଡି :- ଏବେ ବି ରହସ୍ୟ ଘେରରେ ରହିଛି ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା । ତଦନ୍ତରେ ସହାୟତା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କୁ ଅଧିକ ସହାୟତା କରିବ ଏହି ୪ ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ । ACF ସୌମ୍ୟଙ୍କ ମୃତ୍ୟୁ ଘଟଣା ତଦନ୍ତରେ ସହାୟତା ପାଇଁ ପହଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୯ଦିନ ରୁ ଅଧିକ ହୋଇଥିଲେ ସୁଦ୍ଧା ପୋଲିସ ହାତରେ କୌଣସି ସୁରାକ ଲାଗି ପାରିନାହିଁ । ପାରଳାଖେୁଣ୍ଡିରେ ଥାନା ପକ୍ଷରୁ ACF ସୌମ୍ୟରଞ୍ଜନଙ୍କ ପରିବାର ଏବଂ ତାଙ୍କ ପତ୍ନୀ ବିଦ୍ୟାଙ୍କୁ ପଚରାଉଚରା ଜାରି ରହିଛି । ତେବେ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ସରିବା ପରେ ହିଁ କ୍ରାଇମବ୍ରାଞ୍ଚ୍ ଟିମ୍ ଘଟଣାର ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ DSP ବିଜୟ କୁମାର ମଲିକ ।

ଜୁଲାଇ ୧୨ ତାରିଖରେ ACF ସୌମ୍ୟ ରଞ୍ଜନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟ ରଞ୍ଜନଙ୍କ ପରିବାର ଲୋକ । ଏହି ହତ୍ୟାକାଣ୍ଡ ପଛରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ସମ୍ପୃକ୍ତ ରହିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ ପାରଳାଖେମୁଣ୍ଡି DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଅଭିଯୋଗ ଆଣିଛନ୍ତି ସୌମ୍ୟାଙ୍କ ମାଆ । ଏହି ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପାରଳାଖେମୁଣ୍ଡି ପୋଲିସ । ତଦନ୍ତରେ ସହାୟତା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result