No Result
View All Result
ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- କୋଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି । ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି । ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି ।

ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରିସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋଭିଡ କଟକଣା ଯୋଗୁ, ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଯାତ୍ରା ରେ ଭାଗ ନେଇ ପାରିନଥିଲେ ।

ଲୋକମାନେ ଘରେ ରହି ଯେପରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ର ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ଵିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋପରି ପୁରୀର ଜନସାଧାରଣ ନବଦିନ ଯାତ୍ରା ସମୟରେ କୋଭିଡ଼୍ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
No Result
View All Result