No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ନୟାଗଡ଼ :- ଘର ଭିତରୁ ମା ପୁଅ ଙ୍କ ଶବ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ।ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ନୟାଗଡ଼ରୁ ।ନୟାଗଡ଼ ବ୍ଲକ ଇଟାମାଟି ଥାନା ଶଙ୍ଖେଇ ଗାଁ ର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମିଲି ସାହୁ ଏବଂ ତାଙ୍କର ୩ ବର୍ଷର ପୁଅ ର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସଠିକ ତଥ୍ୟ ମିଳିପାରୁ ନାହିଁ ।

ଖବର ପାଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଅ କୁ ମାରି ଦେଇ ମା ଆତ୍ମହତ୍ୟା କରିଥିବା ଆଲୋଚନା ହେଉଥିବା ବେଳେ ପୁଅ ର ଦୁଷ୍ଟାମୀ ରୋକିବାକୁ ମାଡ଼ ଦେବା ବେଳେ ପୁଅ ର ମୃତ୍ୟୁ ହୋଇଯିବା ପରେ ମା ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଛି । ତେବେ ପ୍ରାଥମିକ ତଦନ୍ତ ପରେ ଯାଇ ପ୍ରକୃତ ସତ୍ୟ ଜଣା ପଡିବ ବୋଲି କୁହାଯାଉଛି ।

ମାତ୍ର ମୃତା ମୃତା ମହିଳା ଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅ କୁ ନିର୍ଯ୍ୟାତନା ଦିଆ ଯାଉଥିଲା ଏବଂ ପାରିବାରିକ କଳହ ଲାଗି ରହିଥିଲା ,ଯେଉଁଥି ପାଇଁ ହତ୍ୟା ହୋଇଛି ବୋଲି କହିଛନ୍ତି ମୃତା ମିଳି ଙ୍କ ମା ଏବଂ ଭାଇ ।ସେପଟେ ଘଟଣା ଘଟିବା ପରେ ପ୍ରସନ୍ନ ଫେରାର ଥିବା ସନ୍ଦେହ କୁ ଆହୁରି ଘନୀଭୂତ କରିଛି (ରିପୋର୍ଟ -ରାମକୃଷ୍ଣ ରଥ)

No Result
View All Result