No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ରାୟଗଡ଼ :- ପେଟ୍ରୋଲ, ଡିଜେଲ ଆଦି ଖଣିଜ ତୈଳ ଓ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବୃଦ୍ଧି ପାଇ କରୋନା ମହାମାରୀ କାଳରେ ସାଧାରଣ ଜନତାଙ୍କ ଆର୍ଥୀକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥିସହ ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ବେଡି ଉପରେ କରୋଡା ସଦୃଶ ହୋଇଛି । ଅଧିକାଂଶ ଜନସାଧାରଣ ଲକଡାଉନ ଓ ସର୍ଟଡାଉନ ପାଇଁ ରୋଜଗାର ହରାଇ ସାରିଥିବା ବେଳେ ଦରବୃଦ୍ଧି ଜନମାନସକୁ ଗଭୀର ଭାବେ ପ୍ରଭାବିତ କରିଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।
କଂଗ୍ରେସ ନେତା ଓ କର୍ମୀ ମାନେ ଶନିବାର ରାୟଗଡର ଶିବ ମନ୍ଦିର ଛକରୁ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ ନାରାବାଜି ଦେଇ ଶୋଭାଯାତ୍ରା ସହ ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଆଜି କଂଗ୍ରେସ ପକ୍ଷରୁ ରାୟଗଡ ସମିତି ସଭ୍ୟ ମଫିଏଲ ସ୍ୱାଲସିଂଙ୍କ ନେତୃତ୍ୱରେ ଶୋଭାଯାତ୍ରା ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା l ଶ୍ରୀ ସ୍ୱାଲସିଂ କହିଛନ୍ତିଯେ ଜନତାଙ୍କ ଆକ୍ରୋଶ ଦ୍ୱାରା କେନ୍ଦ୍ର ରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରର ପତନ ହେବ ବୋଲି କହିଥିଲେ । ଏହି ଶୋଭାଯାତ୍ରାରେ ଦଳର ବହୁ କର୍ମୀ ଯୋଗଦାନ କରିଥିଲେ। ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଥାନା ଆଇଆଇସି ଗୋବିନ୍ଦ ଗୋୖଡଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପ୍ରତ୍ୟକ ଛକରେ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result