No Result
View All Result

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ରାୟଗଡ଼ (ଗଜପତି ) :- ଗଜପତି ଜିଲ୍ଲା ରାୟଗଡ଼ ଠାରୁ ଅବାସିଙ୍ଗି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହୋଇ ଥିବା ବେଳେ ପ୍ରାୟ ଏକବର୍ଷ ହେଲା ଉକ୍ତ ରାସ୍ତାକୁ ସର୍ବସାଧାରଣ ବ୍ୟବହାର କରିଆସୁଛନ୍ତି l ହେଲେ ଗତ କିଛି ଦିନହେଲା ଲାଗିରହିଥୀବା ବର୍ଷା ଯୋଗୁଁ ତେତୁଲୀ ବଷା (ତେରିମିସଲ )ବୁଲାଣୀୟ ଘାଟି ଠାରେ ବିପଦ ସଂକୁଳ ଅବସ୍ତରେ ବିରାଟ ପଥର ପାହାଡ଼ରୁ ଖସି ରାସ୍ତା ଅବରୋଧ କରିଛି !

ଉକ୍ତ ଘଟଣା ଘଟିବାର ଆଜକୁ ବହୁ ଦିନ ବିତିଯାୟୀ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କି ଉକ୍ତ ରାସ୍ତାକାର୍ଯ୍ୟ କରିଥିବା ଠିକାଦାରଙ୍କ ମଧ୍ୟ କୌଣସି ଦେଖାନାହିଁ l କୋଣସି ଅଘଟଣା ନ ଘଟିବା ପୂର୍ବରୁ ଏହି ପଥରଟିକୁ ରାସ୍ତା ଉପରୁ ହଟାଯିବା ପାଇଁ ଅଞ୍ଚଳ ବାସୀ ଦାବୀ ଜଣାଇଛନ୍ତି l ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଦୁଇ ଚକିୟା ଓ ଚାରି ଚକିୟା ଯାନବାହାନ ଯାତାୟତ ହେଉଛି ତେଣୁ କୌଣସି ଅଘଟଣ ନଘଟିବା ପୂର୍ବରୁ ବିଭାଗୀୟଅଧିକାରୀ ଉକ୍ତ ରାସ୍ତା ଉପରେ ପଡ଼ିଥିବା ପଥର ହଟାଇବାକୁ ସାଧାରଣରେ ଦାବିହେଉଛି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result