No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଏଚ୍ଡିଏଫ୍ସି ମ୍ୟୁଚୁଆଲ୍ ଫଣ୍ଡ୍ ଯାହା ଅଧୀନରେ ୪.୧୧ ଲକ୍ଷ କୋଟି ଟଙ୍କାର ସଂପତ୍ତି ପରିଚାଳିତ ହେଉଛି ତାକ୍ଷରୁ ଏଚ୍ଡିଏଫ୍ସି ଫ୍ଲେକ୍ସି କ୍ୟା୍ ଫଣ୍ଡ୍ର ୨୬ତମ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ “ୱେଲ୍ଥ କ୍ରିଏସନ୍’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଦେଶର ଅନ୍ୟତମ ପୁରୁଣା ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ ଯାହା ବିଗତ ଅଢ଼େଇ ଦଶନ୍ଧୀରୁ ଅଧିକ ସମୟ ଧରି ବଜାର ଚକ୍ରରେ ପ୍ରମାଣିତ ରେକର୍ଡ ସହ ନିବେଶକମାନଙ୍କୁ ସେବା ପ୍ରଦାନ କରୁଛି । ୨୦୦୦ରେ ସୂଚନା ୍ରଯୁକ୍ତି, ୨୦୦୭ରେ ଶକ୍ତି, ଭିତ୍ତିଭୂମି ଓ ରିଅଲ୍ ଇଷ୍ଟେଟ୍, ୨୦୧୫ରେ ଫାର୍ମା, ୨୦୧୮ ରେ ମିଡକ୍ୟା୍ ଭଳି ବଜାରରେ ବିଭିନ୍ନ ସମୟରେ ଦେଖାଦେଇଥିବା ଉତ୍ଥାନ ପତନକୁ ଏଚ୍ଡିଏଫ୍ସି ଫ୍ଲେକ୍ସି କ୍ୟାପ୍ ଫଣ୍ଡ୍ ସଫଳତାର ସହ ଅତିକ୍ରମ କରିଛି । ଶୃଙ୍ଖଳିତ ଆଚରଣ ଯୋଗୁଁ ଏହା ବଜାରର ବିଷମ ପରିସ୍ଥିତିକୁ ସଫଳତା ସହ ଅତିକ୍ରମ କରି ଆଗକୁ ବଢ଼ିପାରିଛି । ୧୯୯୫ ଜାନୁଆରି ୧ରେ ଏହି ଫଣ୍ଡ୍ରେ ଯେଉଁମାନେ ୧,୦୦,୦୦୦ ଟଙ୍କା ନିବେଶ କରିଛନ୍ତି ସେମାନେ ୨୦୨୧ ମେ’ ୩୧ ସୁଦ୍ଧା ୧୮.୪୪ ପ୍ରତିଶତ ବାର୍ଷିକ ଚକ୍ରବୃଦ୍ଧି ହାରରେ ୮୭.୬୦ ଲକ୍ଷ ଟଙ୍କାର ସଂତ୍ତି ସୃଷ୍ଟି କରିାରିଛନ୍ତି ।
ଏହି ସ୍କିମ୍ ଆରମ୍ଭ ହେବା ଦିନଠାରୁ ୧୦,୦୦୦ ଟଙ୍କାର ଏସ୍ଆଇପି ୨୦୨୧ ମେ’ ସୁଦ୍ଧା ୯.୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୧ ଜୁନ୍ ୨୪ ସୁଦ୍ଧା ଏହି ଫଣ୍ଡ୍ର ଏନ୍ଏଭି ରିମାଣ ୮୮୨ ଟଙ୍କା ରହିଛି । ବିଗତ ୨୬ ବର୍ଷ ଭିତରେ ଏଚ୍ଡିଏଫ୍ସି ଫେ୍କ୍ସି କ୍ୟା୍ ଫଣ୍ଡ୍ର ଏୟୁଏମ୍ ୮୭ ଗୁଣା ବୃଦ୍ଧି ପାଇଛି । ଏ ସମ୍ପର୍କରେ ପ୍ରଶାନ୍ତ ଜୈନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ନିବେଶ ଅଧିକାରୀ, ଏଚ୍ଡିଏଫ୍ସି ଆସେଟ୍ ମ୍ୟାନେଜମେଣ୍ଟ୍ କାଂନି ଲିମିଟେଡ୍ କହିଛନ୍ତି ଯେ, “ଅର୍ଥନୈତିକ ଅଭ୍ୟୁଦୟ ଓ ର୍କୋରେଟ୍ ଲାଭରେ ସମ୍ଭାବ୍ୟ ଉନ୍ନତି ଅନୁସାରେ ଏଚ୍ଡିଏଫ୍ସି ଫ୍ଲେକ୍ସି କ୍ୟା୍ ଫଣ୍ଡ୍ ବହୁତ ଭଲ ଭାବେ ଉପସ୍ଥାିତ ହୋଇଛି । ଅଭିବୃଦ୍ଧି କୈନ୍ଦ୍ରୀକ ବଜେଟ୍ ଦ୍ୱାରା ଦୀର୍ଘମିଆଦୀ ଭିତ୍ତିରେ ଆଗକୁ ବଢ଼ୁଥିବା ବଜାର, ସ୍ୱଳ୍ପ ମୂଲ୍ୟର ପୁଂଜି, ସୁଲଭ ମୂଲ୍ୟାୟନ ଓ ଦୃଢ଼ ଆୟ ଆକଳନକୁ ନେଇ ଆମେ ସକାରାତ୍ମକ ରହିଛୁ । ବଜାରରେ ବୃଦ୍ଧି ବ୍ୟାପକ ହୋଇଥିବା ବେଳେ ଏବେବି କେତେକ ଷ୍ଟକ୍ ସେମାନଙ୍କ ଦୀର୍ଘମିଆଦୀ ହାରାହାରି ତୁଳନାରେ କମ୍ ପ୍ରଦର୍ଶନ କରୁଛନ୍ତି ।’’ ଏଚ୍ଡିଏଫ୍ସି ଫ୍ଲେକ୍ସି କ୍ୟା୍ ଫଣ୍ଡ୍ରେ ବଜାରରେ ବିଭିନ୍ନ ପ୍ରକାର ଷ୍ଟକ୍ ଯଥା ଲାର୍ଜ, ମିଡ୍ ଓ ସ୍ମଲ୍ କ୍ୟା୍ ଷ୍ଟକ୍ ଆଦିରେ ନିବେଶ କରାଯାଉଛି । ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ଷ୍ଟକ ଓ କ୍ଷେତ୍ରରେ ନିବେଶ କରିବା ଉପରେ ଏହି ଫଣ୍ଡ୍ ଲକ୍ଷ୍ୟ ରଖିଛି ।
No Result
View All Result