No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ଛତିଆ :- OCL ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ପକ୍ଷ ଙ୍କ ବୈମାତୃକ ମନୋଭାବ ତଥା ଜନ ମାରଣ ନୀତିକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ କୁହୁଳିବାରେ ଲାଗିଛି ଜନ ଅସନ୍ତୋଷ । ସୂଚନା ଥାଉକି,ଯାଜପୁର ଜିଲ୍ଲା ଏକ ଶିଳ୍ପ ସମୃଦ୍ଧି ଜିଲ୍ଲା ଭାବରେ ନିଜର ପରିଚୟ ସୃଷ୍ଟିକରିଛି । କିନ୍ତୁ ବିଭିନ୍ନ ସମୟରେ ଶିଳ୍ପ ସଂସ୍ଥା ମାନଙ୍କ ଦୋମୁହାଁ ନୀତି ପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ପଡୁ ଥିବା ର ବହୁ ନଜିର ରହିଛି । ବଡ ଚଣା ବ୍ଲକ ଅଂଚଳରେ ଗଢି ଉଠିଛି ଏକାଧିକ ଶିଳ୍ପ ସଂସ୍ଥା ଓ କଳ କାରଖାନା ମାନ । OCL ସିମେଣ୍ଟ କାରଖାନା ଟି ଯାଜପୁର ଜିଲ୍ଲା ବଡ ଚଣା ବ୍ଲକ ଶେଷ ସୀମା ପାରିଆ ପଞ୍ଚାୟତ ଓ କଟକ ଜିଲ୍ଲା ର ଟାଙ୍ଗି ବ୍ଲକ କାନପୁର ଉଭୟ ଜିଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ।
ସୂଚନା ଥାଉକି,୨୦୦୮ମସିହାରେ ସାଗମାଛ ଦରରେ କମ୍ପାନୀ କାର୍ତ୍ୟୁପକ୍ଷ ଜମିକୁ ହାତେଇ ଥିଲେ। ଏବଂ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ସମୟରେ ସରକାରୀ ନିୟମାନୁସାରେ OCL କାରଖାନାର ଚତୁ ପାର୍ଶ୍ଵରେ ଯେଉଁ ପଞ୍ଚାୟତ ଗୁଡିକ ରହିଛି,ସେହି ପଞ୍ଚାୟତ ଗୁଡିକ ରହିଛି ସେଗୁଡିକ ହେଲା ପାରିଆ,ବୈରୀ,ସୋଲର,ଏବଂ ସମିଆଁ । ଏହି ପଞ୍ଚାୟତ ଗୁଡିକୁ ଟେରିତୋରିଆଲ ଡେଭଲପ୍ମେଣ୍ଟ କରିବା ପାଇଁ ମଧ୍ୟ ଗ୍ରହଣ କରଥିଲା । ପରବର୍ତ୍ତୀ ସମୟରେ OCL ସିମେଣ୍ଟ କାରଖାନାର ମୁଖ୍ୟ ପ୍ରବେଶ ଦ୍ୱାର ସୋଲର ପଞ୍ଚାୟତ ଦେଇ ଯାଇଥିବା ଛତିଆ -କଲକଳା ରାସ୍ତାକୁ ମୁଖ୍ୟ ପ୍ରଵେଶ ପଥ ରୂପେ ଅଦ୍ୟାବଧି ବ୍ୟବହାର କରିଆସୁଛି ।
କିନ୍ତୁ ସୋଲର ଗ୍ରାମ ପଞ୍ଚାୟତର ଜଣେ ବି ଶିକ୍ଷିତ ବେକାର ଯୁବକ ବା ଯୁବତୀ ଙ୍କୁ ଏହି କାରଖାନା କର୍ତ୍ତୃପକ୍ଷ ଅଦ୍ୟାବଧି ନିଯୁକ୍ତି ଦେଇ ନ ଥିବା ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତ ପୋଷଣ କରିଛନ୍ତି । ଅନ୍ୟ ପକ୍ଷରେ ଏହି ନିଯୁକ୍ତି ସମ୍ପର୍କରେ ବିଗତ ଦିନରେ ଯାଜପୁର ଉପଜିଲ୍ଲାପାଳ ଙ୍କ ସମେତ କଟକ ଉପଜିଲ୍ଲାପାଳ ଉପସ୍ଥିତିରେ OCL କର୍ତ୍ୟୁପକ୍ଷ ଙ୍କୁ ଏହି ନିଯୁକ୍ତି ସମ୍ପର୍କରେ ନିର୍ଦ୍ଧେଶ ଦେଇଛନ୍ତି, ଯାହା କି ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ଏହାକୁ ନେଇ କୁହୁଳିବାରେ ଲାଗିଛି ଜନ ଅସନ୍ତୋଷ,ଏବଂ ଆଜିକୁ ଦୀର୍ଘଦିନ ଧରି କୋଭିଡ କଟକଣା ଜାରି ରହି ଥିବା ବେଳେ, ଖଣ୍ଡେ ଖଣ୍ଡେ ଟ୍ରକ କାରଖାନାରେ ଲଗାଇ ଥିବା ସ୍ଥାନୀୟ ମାଲିକ ମାନଙ୍କୁ ମଧ୍ୟ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି ବୋଲି ସୂଚନା ମିଳିଛି ।
ତେବେ ଆଗାମୀ ଦିନରେ OCL ସିମେଣ୍ଟ ର ପ୍ରବେଶ ଦ୍ୱାର ସୋଲର ଠାରେ କର୍ତ୍ୟୁପକ୍ଷ ନ୍କ ପାତର ଅନ୍ତର ନୀତି ବିରୋଧରେ ଏକ ବଡ ଧରଣ ଆନ୍ଦୋଳନ ର ଦାନା ବାନ୍ଧୁଥିବା ଜଣାପଡିଛି । ତେବେ କାରଖାନା କର୍ତ୍ୟୁପକ୍ଷ ତୁରନ୍ତ ଏ ଦିଗରେ ସୁ- ପଦକ୍ଷେପ ଗ୍ରହଣ କରିବାକୁ ଉତ୍କଳ ଶ୍ରମିକ ବିକାଶ ମଞ୍ଚ ପକ୍ଷରୁ ନିବେଦନ କରାଯାଇଥିବା ବେଳେ, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ସୁଧାଂଶୁ ରାଉତ ଦାବି କରିଥିବା ଜଣାପଡିଛି । (ରିପୋର୍ଟ /ଚନ୍ଦ୍ରଶେଖର ପୃଷ୍ଟି ଛତିଆ )
No Result
View All Result