No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ ଲରମ୍ଭା ବାଗ ପଡା ଠାରେ ସର୍ବଭାରତୀୟ ସ୍ବାଲାଖ ବିନ୍ଧ୍ୟ ଗିରୀ ବାସୀ ବିଂଝାଲ ସମାଜ ର ଏକ ସାକ୍ଷାତକାର ସଭା ବଲାଙ୍ଗିର ଜିଲ୍ଲା ସଭାପତି ତଥା ଉପଲାଟସଭାପତି ସଭାପତି ଚନ୍ଦ୍ର ଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଟ ସଭାପତି ହୃଷିକେଶ ବରିହା ମୂଖ୍ୟ ଅତିଥି , ସର୍ବଭାରତୀୟ ବିଂଝାଲ ସମାଜ ସଂପାଦକ ଆଶାରାମ ବରିହା ,ପଦ୍ମପୁର ବ୍ଳକ ସଂଗଠକ ସଂପାଦକ ରାଧେଶ୍ୟାମ ବରିହା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସମାଜ ଲାଗିରହିଥିବା ବିଭିନ୍ନ ସମସ୍ୟା ଲାଗିରହି ଥାଏ ଏବଂ ଆପୋଷ ଆଲୋଚନା ମାଧ୍ୟମରେ ହିଁ ସମାଧନ କରାଯାଇ ପାରିବ ବୋଲି ମୂଖ୍ୟ ଅତିଥି ମତ ପ୍ରକାଶ କରିଥିଲେ ।

ସର୍ବଭାରତୀୟ ସ୍ତରରେ ଆହୁତ ହୋଇଥିବା ସମାଜ ସାମାଜିକ ସମ୍ମିଧାନ ନିୟମାବଳୀ କୁ ଦୃଢ ସହକାରେ କାର୍ଯ୍ୟକାରୀ କରିବାକୁ ଲାଟ ସ୍ତରୀୟ କର୍ମକତ୍ତା କୁ ଅନୁରୋଧ କରାଯାଇଥିଲା ।ଏଥିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ପାଟଣାଗଡ ବ୍ଳକ ରେ ଦେଖାଯାଇଥିବା ବ୍ଳକ ସ୍ତରୀୟ କମିଟି ର ଲାଗିରହିଥିବା ଗୋଷ୍ଠି କନ୍ଦଲ ଉପରେ ଆଲୋକପାତ କରିବା ସହ ଲାଟ ସ୍ତରରେ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଡିଜିଟାଲ ଯୁଗରେ ନେଟୱ।ର୍କି ରେ ଯୋଡିହେବା ।ଏବଂ ସର୍ବ ଭାରତୀୟ ସ୍ତରରେ ୱ।ବ ସାଇଟ ଖୋଲିବା , ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ବ୍ଳକରୁ ,ଆଗାମା ଦିନରେ ଭର୍ଚ୍ୟୁଲ ବୈଠକ କରିବା ଆଦି ଉପରେ ଆଲୋଚନାକରାଯାଇଥିଲା ।
ଜିଲ୍ଲା ର କର୍ମକର୍ତ୍ତା ଯୋଗଦେଇଥିଲେ । ବଲାଙ୍ଗିର ବ୍ଳକ ସଭାପତି କୁଶବରିହା ,ଆଗଲପୁର ବ୍ଳକ ସଭାପତି ନବିନ ବରିହା ,ଲୋଇସିଂହା ସଭାପତି ଜିଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା ,ଖପ୍ରାଖୋଲ ଚନ୍ଦ୍ର ଶେଖର ବରିହା ,ବେଲପଡା ସଭାପତି ସୁଗ୍ରେସ ବରିହା ,ପାଟଣାଗଡ ସଭାପତି କିଶୋର ଚନ୍ଦ୍ର ବରିହା , କୋଷାଧ୍ୟକ୍ଷ ଗୈ।ରୀଶଙ୍କର ବରିହା ,ଠାକୁର ସିଂ ବରିହା ,ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା ,ଜିଲ୍ଲା ସହ ସଂପାଦକ ଦୂର୍ଯ୍ୟୋଧନ ବରିହା, ଜିଲ୍ଲା ମିଡିଆ ସେଲ ସଂଯୋଜକ ଗୋରେଖ ନାଥ ବରିହା ପ୍ରମୁଖ ଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସମାଜ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା । (ଗୋରେଖନାଥ ବରିହା )
No Result
View All Result