No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଜୁଲାଇ ୧ରେ ୬୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦେଶର ସର୍ବବୃହତ୍ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଓ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ବ୍ରାଣ୍ଡ୍ ଅଭିଯାନ ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଏହାର ୪୫କୋଟି ଗ୍ରାହକଙ୍କ ପାଇଁ ଏକ ଭିଜୁଆଲ୍ ଅଭିଯାନ ଭାବେ ମ୍ୟୁଜିକାଲ୍ ଲୋଗୋ (ମୋଗୋ) ଉନ୍ମୋଚନ କରାଯାଇଛି ଏବଂ “ପ୍ରତି ଭାରତୀୟଙ୍କ ପାଇଁ ବ୍ୟାଙ୍କର’ ଟ୍ୟାଗ୍ଲାଇନ୍କୁ ସତେଜ ଭାବେ ଉପସ୍ଥାପନ କରାଯାଇଛି । ଏକ ଅଭିନବ ବ୍ରାଣ୍ଡ୍ ରଣନୀତି ଭାବେ ଏସ୍ବିଆଇ ପକ୍ଷରୁ ଏକ ସିଗ୍ନେଚର୍ ଟ୍ୟୁନ୍ରେ ମ୍ୟୁଜିକାଲ୍ ଲୋଗୋ ଓ ମୋଗୋସ୍କେପ୍ (ସୋନିକ୍ ପାଲେଟ୍)କୁ ଉନ୍ମୋଚନ କରାଯାଇଛି । ଏସ୍ବିଆଇର ମୋଗୋ ବ୍ରାଣ୍ଡ୍ର ଆବେଗ ଓ ଅନୁଭବକୁ ପ୍ରତିଫଳିତ କରୁଛି ଯାହା “ପ୍ରତି ଭାରତୀୟଙ୍କ ବ୍ୟାଙ୍କର୍’ ଆଡ଼କୁ ଇଙ୍ଗିତ କରୁଛି । ଏହି ଶ୍ରୁତି ମଧୁର ସ୍ୱର ଦୂରଦୃଷ୍ଟି ସମ୍ପନ୍ନ ଏସ୍ବିଆଇକୁ ପ୍ରତିଫଳିତ କରୁଛି । ଏ ସମ୍ପର୍କରେ ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, “ସଙ୍ଗୀତ ଏକ ଗଭୀର ଆବେଗ ସ୍ତରରେ ସମ୍ପର୍କ ସ୍ଥାପନ କରେ ଏବଂ ଆମେ ମ୍ୟୁଜିକ୍ ମେଲୋଡିର ଶକ୍ତିକୁ ବ୍ୟବହାର କରିବାକୁ ଚାହିଁ ଏକ ସାମଗ୍ରିକ ବ୍ରାଣ୍ଡ୍ ପରିଚୟ ସୃଷ୍ଟି କରିଛୁ ଯାହା ସହିତ ଆମର ସବୁ ଜନସଂଖ୍ୟା ଓ ମନସ୍ତାତିତ୍ୱକ ଭୌଗୋଳିକ ସ୍ତରର ଗ୍ରାହକମାନେ ନିଜକୁ ଯୋଡ଼ିପାରିବେ ।’’
ଦୁଇ ଶହ ବର୍ଷରୁ ଅଧିକ ବର୍ଷର ସମୃଦ୍ଧ ଇତିହାସ ଥିବା ଏହି ବ୍ୟାଙ୍କ ଶେଷ ୬୬ ବର୍ଷ ଧରି ଏହାର ସଂପ୍ରତି ସ୍ଥିତିରେ ରହିଛି । ଏହାକୁ ପାଳନ କରିବା ଅବସର ରେ “ଆଇ ଆମ୍ ଦି ଆଇ ଇନ୍ ଏସ୍ବିଆଇ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଭାରତ ଓ ବିଦେଶରେ ରହୁଥିବା ବିବିଧ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଏସ୍ବିଆଇରେ ସବୁ ପ୍ରକାର ଗ୍ରାହକଙ୍କୁ ସୁହାଇବା ଭଳି ଉତ୍ପାଦ ରହିଛି । ବ୍ୟାଙ୍କର ଟ୍ୟାଗ୍ଲାଇନ୍ “ଦି ବ୍ୟାଙ୍କର ଟୁ ଏଭ୍ରି ଇଣ୍ଡିଆନ୍’କୁ ସତେଜ ଢଙ୍ଗରେ ଉପସ୍ଥାପନ କରାଯାଇଛି । ଏସ୍ବିଆଇ ପକ୍ଷରୁ ଗୀତ “ହମ୍ ସାଥ୍ ହୈ’କୁ ଉନ୍ମୋଚନ କରାଯାଇଛି ଯାହାର ପ୍ରତିଟି ଶବ୍ଦ ଗ୍ରାହକଙ୍କ ଜୀବନର ଯାତ୍ରାରେ ଓ ଦେଶ ଗଠନ ଯୋଗଦାନରେ ଏସ୍ବିଆଇର ଭୂମିକାକୁ ଜଣାଉଛି । ଦୀର୍ଘ ୬ ଦଶନ୍ଧୀରୁ ଅଧିକ ବର୍ଷରେ ଏସ୍ବିଆଇ ଭାରତରେ ବ୍ୟାଙ୍କିଙ୍ଗ୍କୁ ପୁନଃ ମାର୍ଜିତ କରିଛି । ବ୍ୟାଙ୍କ ନୂଆ ପିଢ଼ି ପାଇଁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଦକ୍ଷତାକୁ ବଢ଼ାଇଛି ।
No Result
View All Result