No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) କୋରାଇ :- କୋରାଇ ବ୍ଳକ ବିଭିନ୍ନ ବିଭାଗରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ପ୍ରତିଦିନ କୌଣସି ନା’ କୌଣସି ପଂଚାୟତରେ ଦୁର୍ନୀତିର ଖବର ସମ୍ନାକୁ ଆସୁଛି । ଏହା ବିରୁଧରେ କୋରାଇ ଭାରତୀୟ ଜନତା ଯୁବଭୋର୍ଚ୍ଚା ଆଗାମି ଦିନରେ ପ୍ରତିବାଦ ସ୍ୱରୂପ ଆନ୍ଦୋଳ ନକରିବା ପାଇଁ ନିଷ୍ପତି ନେଇଛି । ଏନେଇ ଆଜି ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ଯୁବମୋର୍ଚ୍ଚ ସଂପାଦକ ବିକ୍ରମ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋରାଇ ବ୍ଲକ ଯୁବମୋର୍ଚ୍ଚା ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ଯୋଗଦେଇ ବେ’ରୋଜଗାର, ନିଯୁକ୍ତି ଓ ଯୁବମାନଙ୍କ ହକପାଇଁ ସମସ୍ତେ ଏକତ୍ରିତ ହୋଇ ଲଢେଇ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କରୋନା ମହାମାରୀ ସମୟରେ ଯୁବନେତୃତ୍ୱ ଆଗକୁଆସି ସମସ୍ତଙ୍କୁ ସହଯୋଗର ହାତବଢାଇବାକୁ ପରାମର୍ଶ ଦେଇଥିଲେ । ଆଗାମୀ ପଂଚାୟତ ନିର୍ବାଚନରେ ଯୁବକମାନେ ନିଜକାନ୍ଧରେ ଦଳୀୟ ସଙ୍ଗଠନର ସୁଦୃଢ ପାଇଁ ଦାୟିତ୍ୱ ନେବାକୁ ଆଲୋଚନା କରାଯାଇଥିଲା । କୋରାଇ ବ୍ଲକର ୨୮ଟି ଯାଙ୍କ ପଂଚାୟତର ଯୁବମୋର୍ଚ୍ଚା ସଭାପତିମାନେ ଉପସ୍ଥିତ ରହି ଯୁବମୋର୍ଚ୍ଚା ପୂଣ୍ଣାଙ୍ଗ କମିଟି ଓ ଶାସକ ଦଳର ନେତାଙ୍କ ଦ୍ୱାରା ବିଭିନ୍ନ ପଂଚାୟତରେ ହେଉଥିବା ଦୁର୍ନୀତିକୁ ଲୋକଲୋଚନକୁ ଅଣାଯିବାଲାଗି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଉପସଭାପତି ପ୍ରମୋଦ କୁମାର ନାୟକ, ଖରସ୍ରୋତା ମଣ୍ଡଳ ସଭାପତି ପ୍ରମୋଦ ସାହୁ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁଜିତକୁମାର ସ୍ୱାଇଁ, ଦୁର୍ଗାପ୍ରସାଦ ପରିଡା, ଆଲୋକ ମଲ୍ଲିକ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ ପ୍ରମୁଖ ଦଳୀୟ ସଙ୍ଗଠନ ସରଂଚନାରେ ଯୁବମୋର୍ଚ୍ଚା ନେତାଙ୍କ ଭୂମିକା ଓ କର୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଅନ୍ୟାମନଙ୍କ ମଧ୍ୟରେ ଯୁବନେତା ଅମ୍ଳାନ ସାହୁ, ସ୍ମୃତିରଞ୍ଜନ ଘଡାଇ, ପଦ୍ମନାଭ ବିଶ୍ୱାଳ, ଦିଲ୍ଲୀପ ରାଉତ, ପଂଚାୟତ ଯୁବମୋର୍ଚ୍ଚା ସଭାପତି ଅମର ମଲ୍ଲିକ, ଅଲୋକ କର, ଆଶିଷ ଦାସ, ିନ୍ଦ୍ରମଣି ଦାସ, ଟୁଲୁ ସାହୁହରେକୃ୩⁄୪ ସାହା, ଧନଞ୍ଜୟ ସାହୁ, ଜିତେନ୍ଦ୍ର ମୁଦୁଲି, ଫିରୋଜ ମଲ୍ଲିକ, ପ୍ରକାଶ ମଲ୍ଲିକ, ସୁରେଶ ସାହୁ, ବାପି ପଣ୍ଡା, କୈବଲ୍ୟ ରାଉତ, ଅଜିତ ମଲ୍ଲିକ ପ୍ରମୁଖ ଯୁବମୋର୍ଚ୍ଚାର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ‘ପଂଚାୟତ ନିର୍ବାଚନ’ରେ ଲଢେଇ ଲାଗି ଯୁବମୋର୍ଚ୍ଚା ଆପ୍ରାଣ ଉଦ୍ୟମ କରି ସଫଳତା ଲଭିବ ବୋଲି ସମସ୍ୱରରେ କହିଥିଲେ । ଶେଷରେ ଯୁବନେତା ଅମ୍ଳାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result