No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ନୟାଗଡ :- ନୟାଗଡ ଜିଲ୍ଲା ଦୁଇ କର୍ତ୍ତବ୍ୟରତ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଙ୍କୁ ଦୁର୍ବ୍ୟବହାର ସହ ମାଡ ମାରିଥିଲେ ଅବକାରୀ ଏସ ଆଇ ଧନଞ୍ଜୟ ପାତ୍ର।ଏ ନେଇ ନୟାଗଡ ଜିଲ୍ଲା ର ଡିଜିଟାଲ ମିଡ଼ିଆ,ଛପା ,ବୈଦୁତିକ ସମସ୍ତ ସାମ୍ବାଦିକ ଏକ ହୋଇ ଧନଞ୍ଜୟ ପାତ୍ର ଙ୍କ ଗିରଫ ଦାବୀ କରି ଜିଲ୍ଲାପାଳ ଙ୍କ ବାସ ଭବନ ଆଗରେ ଧାରଣା ଦେଇଥିଲେ ।

ଯାହାର ଫଳ ସ୍ୱରୂପ ଏସ ଆଇ ଧନଞ୍ଜୟ ପାତ୍ର ଙ୍କ ବଦଳି ନୟାଗଡ ଜିଲ୍ଲା ରୁ ଗଞ୍ଜାମ ଜିଲ୍ଲା କୁ ବଦଳି କରାଯାଇଛି । ଏ ନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।କେବଳ ଧନଞ୍ଜୟ ନୁହେଁ ସାମ୍ବାଦିକ ମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ନିହାତି ଆବଶ୍ୟକ ଯେପରି କେହି ବି କର୍ତ୍ୟବ୍ୟନିଷ୍ଠ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ପାଇଁ ସାହସ କରିବେ ନାହିଁ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ) (ନୟାଗଡ ଜିଲ୍ଲା ରିପୋର୍ଟ /ରାମକୃଷ୍ଣ ରଥ)
No Result
View All Result