No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୮୪ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୨ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ,ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ରେ ଏଏନେମ ଆଜି ବୁଲି ଓ ଆଜି କଦଳୀ ବାଡ଼ି ଗ୍ରାମପଞ୍ଚାୟତ ରାମଚନ୍ଦ୍ର ପୁର ଠାରେ ସ୍ୱାବ ସଂଗ୍ରହ ଶିବିର ଡାକ୍ତର ମୋନାଲିସା ରାଉତରାୟ ଙ୍କ ତତ୍ୱାବଧାନ ଶୃତି ଶିଖା ବେହେରା, ମଧୁସ୍ମିତା ବିଶୋଇ ଙ୍କ ସହଯୋଗ ରେ ୧୧୯ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୧୧୭ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ସେହିପରି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ତାଳବସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ଡମପଡା ବ୍ଲକ ଗୋପାଳପୁର ପାଞ୍ଚୟତ ସିଂହାସନପୁର ଠାରେ ଡାକ୍ତର ଯେ.ଡି ପାଣି ଙ୍କ ତତ୍ୱାବଧାନ ରେ ସ୍ୱାବ ସଂଗ୍ରହ ଶିବିର ରୁ ୧୭୯ଜଣ ଙ୍କ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି ସେଥିମଧ୍ୟରୁ ୨ଜଣ ଙ୍କ କରୋନା ପଜେଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ହୋଇଛି । ୩୭ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ଆଜି ବାଙ୍କୀ ଉପଖଣ୍ଡ ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୮୦୫ ଜଣଙ୍କୁ କରୋ ଟିକା କରଣ କରାଯାଇଛି।ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀନ ତୁଳସୀପୁରଉପସ୍ବାସ୍ଥ୍ୟ କେନ୍ଦ୍ର ରେ୨୮୭ ଓ ତାଳବସ୍ତ ଉପସ୍ବାସ୍ଥ୍ୟ କେନ୍ଦ୍ର ରେ ୧୮୭ ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱଜିତ ପଣ୍ଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା
ଏହି ଟୀକା କରଣ କାର୍ଯ୍ୟକ୍ରମ କୁ ଫାର୍ମାସିଷ୍ଟ ଉମାକାନ୍ତ ସ୍ୱାଇଁ ଓ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ବସନ୍ତ କୁମାର ଦାସ ପରିଚାଳନା କରିଥିଲେ। ସେହିପରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିବା ଟିକା କରଣ କେନ୍ଦ୍ର ରେ ୩୬୨ ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ଟୀକା ପ୍ରଦାନ କରାଯାଇଥିଲା । ଏଥିସହ ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ୩୩୪ ଓ ବୈଦେଶ୍ଵର ଉପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୬୦ ଜଣଙ୍କୁଓ କଳାପଥର ଉପସ୍ବାସ୍ଥ୍ୟ କେନ୍ଦ୍ରରେ ୨୭୫ ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ପୁରୁଷ ସ୍ୱାସ୍ଥ୍ୟ ସୁପ୍ରଭାଇଜର ମାନ ଭଞ୍ଜନ ଦଳେଇ ସହଯୋଗ କରିଥିଲେ ।
No Result
View All Result