No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ରଣପୁର :- ନୟାଗଡ ଜିଲ୍ଲା ରଣପୁର ଜେଲଛକ ରେ ମୋଦିକେୟାର ର ଷ୍ଟୋର ଉଦଘାଟନ ହୋଇଯାଇଛି । ସ୍ଥାନୀୟ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଓ ସାମ୍ବାଦିକ କିଶୋର କୁମାର ରାଉତରାୟ ଅତିଥିଭାବେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ଦେଖିବାକୁ ମିଳିଛି । ଦୈନନ୍ଦିନ ଜୀବନ ରେ ଆମେ ବ୍ୟବହାର କରୁଥିବା ଖାଇବା ତେଲ , ମସଲା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରେ ବ୍ୟାପକ ଅପମିଶ୍ରଣ କରାଯାଉଥିବାରୁ ସେଗୁଡିକ ବ୍ୟବହାର ପରେ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି । ଏପରିକି ଅପମିଶ୍ରଣ ସାମଗ୍ରୀ ର ବହୁଳ ବ୍ୟବହାର ଫଳରେ ଡାକ୍ତରଖାନା ରେ ରୋଗୀ ଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି ।
ତେବେ ମୋଦିକେୟାର ସଂସ୍ଥା ତରଫରୁ ଉତମ ଗୁଣବତା ଥିବା ସାମଗ୍ରୀ କୁ ଏହାର ନିଜସ୍ୱ ବଂଟନ କେନ୍ଦ୍ର ରେ ଗ୍ରାହକ ଙ୍କୁ ଗୁଣବତା ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ରଣପୁର ନିକଟସ୍ଥ ଲତାର ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ବିଭୁତି ଭୁଷଣ ଶତପଥି ଏହି ମୋଦିକେୟାର ବଂଟନ କେନ୍ଦ୍ର କୁ ଖୋଲିଥିବାବେଳେ ସଂସ୍ଥା ର ନିର୍ଦେଶକ ତ୍ରିନାଥ ପଣ୍ଡା , ମାନସ ମିଶ୍ର , ପଦ୍ମନାଭ ଖଟାଇ, ଦୁଷ୍ମନ୍ତ ନାଥ ,
ସ୍ୱାଗତ କୁମାର ସାହୁ ପ୍ରମୁଖ ଯୋଗଦେଇ ମୋଦିକେୟାର ସାମଗ୍ରୀ ର ଗୁଣବତା ସମ୍ପର୍କ ରେ ସଚେତନ କରିବାସହ ଦୈନନ୍ଦିନ ଖର୍ଚ୍ଚ ରୁ କିଭଳି ରୋଜଗାର କରିହେବ ସେ ନେଇ ମତ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ସୁରେଶ ମିଶ୍ର , ଯୁବ ସଂଗଠକ ରଣଜିତ ପଟନାୟକ , ନୟାଗଡ ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଂପାଦକ ନିଳାଦ୍ରୀ ସୁବୁଦ୍ଧି ସମେତ ଏକାଧିକ ବୁଦ୍ଧିଜିବୀ ଯୋଗଦେଇଥିଲେ ।
No Result
View All Result