No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର )କୋରାଇ :- ମହାମାରୀ କରୋନା ସଚେତନା ଲାଗି ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ଶଙ୍ଖଚିଲା ସ୍ଥିତ ରାଧାନଗର ଗାଁର ୫ଜଣ ବାଳକ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରୋନ ଜନିତ ସଚେତନତା ଭିଡିଓ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୃକ୍ତ ବାଳକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଧାନଗର ଗ୍ରାମର ଦେବବ୍ରତ ସାହୁ ଗାଁରେ ବୁଲିଥିଲେ ; ଦେଖିଲେ ତାଙ୍କ ଗାଁର ବୟସ୍କଙ୍କ ଠାରୁ ଯୁବକ ଯାଏ ସ୍ୱାବ ପରୀକ୍ଷା କି କୋରାନା ଟିକା ନେବାକୁ ଭୟକରି ରାଜି ହେଉନାହନ୍ତି । କରୋନରୁ ମୁକ୍ତପାଇଁ ପ୍ରଭୂଙ୍କ ଆଶ୍ରିତ ହେଉଛନ୍ତି । ତେଣୁ ଦେବବ୍ରତ ଗାଁ ଲୋକଙ୍କ ସଚେତନତା ନିମନ୍ତେ ସାନଭାଇ ସ୍ମୃତିରଞ୍ଜନ ସାହୁ, ରଶ୍ମିଞ୍ଜନ ତରାଇ, ଶୁଭକାନ୍ତ ପାତ୍ର ଓ ଜ୍ଞାନରଞ୍ଜନ ବେହେରା ଆଦି ୫ବର୍ଷରୁ ୧୪ବର୍ଷ ମଧ୍ୟରେ ୫ବାଳକଙ୍କୁ ମିଶି ଏକ ଭିଡିଓ ପ୍ରସ୍ତୁତ କଲେ । କରୋନା ରୋଗକୁ ଘୃଣାକର ରୋଗିକୁ ନୁହେଁ, ଥଣ୍ଡା ଜ୍ୱର ଆଦି ଲକ୍ଷଣ ଥିଲେ ସ୍ୱାବ ପରୀକ୍ଷା କରିବା, ଭୟନକରି କରୋନା ଟିକା ନେବା, ପ୍ରଭୁଙ୍କୁ ଆଶ୍ରାକରିବା ସହ କରେନା ଶୃଙ୍ଖଳ ଛିନ୍ନ ଲାଗି ସମାଜିକ ଦୁରତା ରଖିବା, ସାବୁନରେ ହାତ ଧୋଇବା, ତୁଣ୍ଡି ପରିଧାନ କରିବା ଆଦି କରୋନା ସଚେତନ ମୂଳକ ଗାଁର ବିଭିନ୍ନ ସ୍ଥାନରେ ୫ବାଳକ ଅଭିନୟ ମାଧ୍ୟମରେ ୩ମିନଟର ଏକ ଭିଡିଓ ସୁଟିଂକରି ଗାଁ ଲୋକମାନଙ୍କ ବୁଲିବୁଲି ଦେଖାଇଥିଲେ । ଏହାକୁ ଦେଖି ଗାଁଲୋକେ କରୋନା ସଂପର୍କରେ ଜାଣିବାକୁ ପାଇ ପିଲାମାନଙ୍କୁ ପ୍ରସଂଶା କରିଥିଲେ ।

ସମସ୍ତ କରୋନା ଉପଚାରକୁ ମାନିବା ସହ ଭୟନକରି ସ୍ୱାବ ପରୀକ୍ଷା କରିବା ଓ କରୋନା ଟିକା ନେବାକୁ ନିସଂକୋଚରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଭିଡିଓଟି ଗାଁ ଲୋକଙ୍କୁ ପ୍ରଭାବିତ କରି ସଠିକ ଭାବେ ସଚେତନକରିବାରେ ସହାୟକ ହେବାରୁ ଦେବବ୍ରତ ଭିଡିଓଟିକୁ ଅନ୍ୟା ମାନଙ୍କ ଉଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ସାମାଜିକ ଗଣମାଧ୍ୟମରୁ ଏହି ଭିଡିଓକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବେଶ ଅନୁପ୍ରାଣିତ ହୋଇ ନିଜନିଜ ଟ୍ୱିଟ ଆକାଉଂଟ ଜରିଆରେ ସଂପୃକ୍ତ ବାଳକଙ୍କୁ ସ୍ନେହ ଓ ସାଧୁବାଦ ଜଣାଇବା ସହ ଉଚ୍ଚପ୍ରସଂଶା କରିଛନ୍ତି । ଏବଂ ଟ୍ୱିଟି ଜରିଆରେ ଏହି ଭିଡିଓକୁ ଉଭୟେ ପୋଷ୍ଟକରି ଏହାକୁ ସମସ୍ତେ ଗ୍ରହଣ କଲେ କରୋନା ଲଢେଇରେ ଆମେ ବିଜୟୀ ହୋଇ ପାରିବା ବୋଲି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟିବାର୍ତା ପାଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି ସଂପୃକ୍ତ ବାଳକଙ୍କ ସମେତ ଗ୍ରାମବାସୀ । ଏଖବର ପ୍ରଚାରିତ ହେବା ମାତ୍ରେ ସଂପୃକ୍ତ ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଥିଲା ବେଳେ ସଂପୃକ୍ତ ପିଲା ମାନଙ୍କ ନିକଟକୁ ମଧ୍ୟ ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result