No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର ) ହିଞ୍ଜିଳିକାଟୁ :- ଗତ ପ୍ରାୟ ଏକ ସପ୍ତାହ ହେଲା ହିଞ୍ଜିଳିକାଟୁ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ନନ୍ଦିକ ବିଟ ହାଉସ ଇଲାକାରେ ଏକ ହନୁମାଙ୍କଡର ଉପଦ୍ରବ ଲାଗି ରହିଥିବା ଜଣାପଡିଛି।ବିଟହାଉସର ଆଖପାଖ ଅଞ୍ଚଳରେ ହନୁମାଙ୍କଡଟି ଆତଙ୍କ ସୃଷ୍ଟି କରିଥିଲା ବେଳେ ତାର ଆକ୍ରମଣରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲା ବେଳେ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି।ଗୁରୁତରଙ୍କ ମଧ୍ୟରେ ସ୍ଥାନୀୟ ବ୍ଳକ ଶିଖରପୁର ଗ୍ରାମର ରମେଶ ନାୟକ ଓ ବୃନ୍ଦାବନ ନାୟକ ଥିବା ବେଳେ ପାଟପୁର ଗ୍ରାମର କିଛି ଶ୍ରମିକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଗତ ରାତ୍ର ପାଖାପାଖି ୮ଘଣ୍ଟା ସମୟରେ ହନୁ ମାଙ୍କଡ଼ଟି ପଳାସୀ ଗ୍ରାମର ବିଜୟ ଦାସ ନାମକ ଜଣେ ବାଇକ ଚାଳକକୁ ରାସ୍ତାରେ ଆକ୍ରମଣ କରିଥିଲା । ଫଳରେ ସେ ଭାରସାମ୍ୟ ହରାଇ ଗୁରୁତର ଭାବେ ଆହତ ହୋଇଥିଲେ।ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି ।ଘଟଣା ପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ନନ୍ଦିକ ବିଟ ହାଉସ ନିକଟବର୍ତ୍ତୀ ଶିଖରପୁର କାଳୀ ମନ୍ଦିର ଠାରୁ ପାଟପୁର ଛକ ପିଚୁ ରାସ୍ତାର ଡିଆଁମାଳ ଠାରେ ରାସ୍ତାରେ ଯାଆ ଆସ କରୁଥିବା ଲୋକଙ୍କୁ ହନୁର ବିତ୍ପାତ ନେଇ ବିଭାଗୀୟ ଅଧିକାରୀଙ୍କୁ ପୂର୍ଵ ସୂଚନା ଦେଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି ।
କିନ୍ତୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ୩ ଗୁରୁତର ହେବା ସହ ସେମାନଙ୍କ ଧନ ଜୀବନ ପ୍ରଭାବିତ ହୋଇଥିବା ଜଣାପଡିଛି।ପୂର୍ଵ ସୂଚନା ମୁତାବକ ହନୁକୁ ଟ୍ରାଙ୍କୁ ଲାଇଜର ଦେଇ ଆୟତ୍ତ କରିବା ପରିବର୍ତ୍ତେ ସ୍ଥାନୀୟ ବନ ବିଭାଗ କେବଳ ଅଗ୍ରାଧିକାର ଭିତ୍ତିରେ ଚାରାରୋପଣ କାର୍ଯ୍ୟବ୍ୟସ୍ତର ବାହାନା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଲୋକଙ୍କ ଚାପା ଅସନ୍ତୋଷରୁ ସୂଚନା ମିଳିଛି । ଖବର ପାଇ ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା ସ୍ଥାନୀୟ ବନ ଅଧିକାରୀ ଏନ ବାଲାଜି ରେଡ୍ଡୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ରବିବାର ବନ ବିଭାଗର କର୍ମଚାରୀ ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଉକ୍ତ ହନୁ ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା ଗତ ପ୍ରାୟଏକ ବର୍ଷ ଧରି ନନ୍ଦିକ ବିଟ ଅଧୀନରେ ବନ୍ୟଜନ୍ତୁ ସୁରକ୍ଷା ପରିକଳ୍ପନାରେ ନିୟୋଜିତ ହୋଇଥିବା କର୍ମଚାରୀ କୌଣସି କାର୍ଯ୍ୟ କରୁ ନ ଥିବା ଅନୁସନ୍ଧାନ ବେଳେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ସ୍ଥିତି ବିପନ୍ନ ହେବା ସହ ସାଧାରଣ ଲୋକେ ଓ ସେମାନଙ୍କ ଧନ ଜୀବନ ବେଶ ପ୍ରଭାବିତ ହୋଇ ଅସୁରକ୍ଷିତ ମଣୁଥିବା ଜଣାପଡିଛି । ଏଥିପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result