No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) କୋରାଇ :- କୋରାଇର ଉତରରେ ପ୍ରବାହିତ ବୈତରଣୀ ନଦୀ ଘାଟରେ ବେଆଇନ ଭାବେ ବାଲି ଚୋରା ଚାଲାଣ ଦୃତ ଗତିରେ ବୃଦ୍ଧି ପାଉଛି । ବାରମ୍ବାର ତହସିଲ ପ୍ରଶାସନକୁ ଚକମା ଦେଇ ଖସି ଯାଉଥିବା ବାଲିମାଫିଅଙ୍କୁ ବ୍ୟାସନଗର ତହସିଲର ଭାରପ୍ରାପ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଆଜି ଅଚାନକ ଚଢାଉକରି ଧରିବାରେ ସକ୍ଷମ ହୋଇଛନ୍ତି ା ଏସପି କାର୍ଯ୍ୟାଳୟରୁ ଗୋଟିଏ ଟିମ, କୋରାଇ ପୁଲିସ ପକ୍ଷରୁ ଗୋଟିଏ ଟିମ ଓ ତହସିଲ ପକ୍ଷରୁ ୮ଜଣିଆ ଗୋଟିଏ ଟିମ୍କୁ ମାଶାଇ ୩ ଗୋଟି ଟିମ ବୈତରଣ ନଦୀ ଘାଟର ୩ଟି ଦିଗରୁ ଆସି ସବୁ ରାସ୍ତନାକବନ୍ଦି କରି ଘାଟରେ ପଂହଚିଥିଲେ । ସବୁଥର ପରି ଖସିଯାଉôତବା ମାଫିଆ ଆଜି ଆଉ କସିଯିବାକୁ ସକ୍ଷମ ହୋଇ ପରି ତୌହସିଲଦାର ଶ୍ରୀ ମଲ୍ଲ୍ିକଙ୍କ ଜାଲରେ ଫସିଯାଇଥିଲେ ।
ଫଳରେ ବେଆଇନି ଭାବେ ବାଲି ବୋଝେଇ କରି ଯାଉଥିବା ୧୭ଟି ଟ୍ରାକ୍ଟରକୁ ଜବତ କରିବାକୁ ସକ୍ଷମ ହୋଇଥିଲେ । ଜବତ ଟ୍ରାକ୍ଟର ଗୁଡିକୁ ତରାକୋଟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଏହି ଚଢାଉ ସମୟରେ ଭାରପ୍ରାପ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କ ସମତେ ପାଣିକୋଇଲି ରାଜସ୍ୱ ନୀରିକ୍ଷକ ସରୋଜ ମଲ୍ଲିକ, ତାରାକୋଟ ରାଜସ୍ୱ ନୀରିକ୍ଷକ, ଅତିରିକ୍ତ ରାଜସ୍ୱ ନୀରିକ୍ଷକ, ସଦର ରାଜସ୍ୱ ନୀରିକ୍ଷକ, କନ୍ତୋର ରାଜସ୍ୱ ନୀରିକ୍ଷକଙ୍କ ସମେତ ସୁପରଭାଇଜର ଉପସ୍ଥିତ ରହିଥିଲେ । ଜବତ ପ୍ରତ୍ୟେକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଉପରେ ୫୦ହଜାର ଲେଖାଏଁ ଜରିମାନା କରାଯାଇ ଥିବା ବେଳେ କେହି ମାଫିଆ ଜରିମାନା କାଟିନଥିବା ବେଳେ ଆଗାମୀ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଜବତ ଗାଡିଗୁଡିକୁ ତାରାକୋଟ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ରହିବ ଭାରପ୍ରାପ୍ତ ତହସିଲଦାର ବିକ୍ରମ ମଲ୍ଲିକ ସୂଚନା ଦେଇଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result